ଅକ୍ଷୟ କୁମାରଙ୍କ ୭ବର୍ଷ ହେଲାଣି କାନାଡ଼ା ଯାଇ ନ ଥିବା ଟୁଇଟ୍ ମିଛ : ୨୦୧୪ରେ ଅକ୍ଷୟ କାନାଡ଼ା ଯାଇଥିବାର ପ୍ରମାଣ ଦେଲେ ଟୁଇଟର ବ୍ୟବହାରକାରୀ
ମୁମ୍ବାଇ : ଚତୁର୍ଥ ପର୍ଯ୍ୟାୟ ମତଦାନରେ ଭୋଟ୍ ଦେଇ ନ ଥିବାରୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ନାଗରିକତା ଏବଂ ଦେଶଭକ୍ତିକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଥିଲେ । ଏ ନେଇ ଅକ୍ଷୟ କୁମାର ଟୁଇଟ୍ କରି ସଫେଇ ଦେଇଥିବା ବେଳେ ତାଙ୍କୁ ଟୁଇଟ୍ରୁ ଜଣେ ବ୍ୟବହାରକାରୀ ସେ ମିଛ କହୁଥିବା ନେଇ ପ୍ରମାଣ କରି ଦେଇଛନ୍ତି, ଯାହାଦ୍ୱାରା ଅଭିନେତା ଅକ୍ଷୟ କୁମାରଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଦେଶଦ୍ରୋହ ଏବଂ ନାଗରିକତାକୁ ନେଇ ପ୍ରଶ୍ନ କରାଯିବା ପରେ ଅକ୍ଷୟ କୁମାର ଏକ ଟୁଇଟ୍ କରି ୭ବର୍ଷ ହେଲାଣି କାନାଡା ଯାଇ ନାହିଁ ବୋଲି ଲେଖିଥିଲେ । ତେବେ ତାଙ୍କର ଏଭଳି ଟୁଇଟ୍କୁ ଜଣେ ଟୁଇଟର ବ୍ୟବହାରକାରୀ ମିଛ ବୋଲି ପ୍ରମାଣ କରିଦେଇଛନ୍ତି । ୨୦୧୪ରେ ଅକ୍ଷୟ କୁମାର ଟରଣ୍ଟୋରେ ଥିଲେ ବୋଲି ଜଣାପଡ଼ିଛି । କଣ୍ଠଶିଳ୍ପୀ ମିକା ସିଂହଙ୍କ ଏକ ଟୁଇଟ୍ର ସ୍କ୍ରିନ୍ସଟ୍ ନେଇ ବ୍ୟବହାରକାରୀଜଣଙ୍କ ସେୟାର କରିଥିବା ବେଳେ ମିକା କରିଥିବା ଟୁଇଟ୍ରେ, ଗୁଡ୍ମର୍ଣ୍ଣିଙ୍ଗ୍ । ଅକ୍ଷୟ କୁମାର, ରାଜ କୁନ୍ଦ୍ରା, ଶିଳ୍ପା ସେଟ୍ଟୀ,ରାହୁଲ ଖାନ୍ନା ଏବଂ କିଶୋର ଲୁଲାଙ୍କ ସହ ଟରଣ୍ଟୋରେ ଶାନଦାର ପାର୍ଟି କଲି ବୋଲି ଲେଖା ଯାଇଥଲା । ଦ୍ୱିତୀୟ ସ୍କ୍ରିନ୍ସଟ୍ରେ, ମାର୍ଚ୍ଚ ୧୦, ୨୦୧୪ରେ ଅକ୍ଷୟ କୁମାର ଟରଣ୍ଟୋର ଏକ ହୋଟେଲରେ ଟିନା ବୀରମନିଙ୍କ ବିବାହରେ ଯୋଗ ଦେଇଥିଲେ ବୋଲି ଦେଖା ଯାଇଛି । ତେବେ ଏହି ଦୁଇଟି ସ୍କ୍ରିନ୍ସଟ୍ ସାମ୍ନାକୁ ଆସିବା ପରେ ଅକ୍ଷୟ ମିଛ କହୁଥିବା ନେଇ ସ୍ପଷ୍ଟ ହୋଇଛି । ଏବେ ଏହି ବିଷୟ ଉପରେ ଅକ୍ଷୟଙ୍କ ପ୍ରତିକ୍ରିୟା କ’ଣ ରହୁଛି, ତାହା ଦେଖିବାକୁ ବାକି ରହିଲା ।