ଟ୍ଵିଙ୍କିଲ ଖାନ୍ନା ଏବଂ କରିନା କପୁରଙ୍କ ଭିତରୁ ବାହା ହେବାକୁ କାହାକୁ ଅଧିକ ପସନ୍ଦ କରିଥାନ୍ତେ କରଣ ଜୋହର୍‌ ?

ମୁମ୍ବାଇ: ବଲିଉଡ୍‌ର ଖ୍ୟାତନାମା ନିର୍ମାତା- ନିର୍ଦ୍ଦେଶକ କରଣ ଜୋହର ଆଜିଯାଏଁ ଅବିବାହିତ ରହିଛନ୍ତି। କରଣ ଜୋହରଙ୍କ ପାଖରେ ଏବେ ପ୍ରାୟ ୧୨୮୦ କୋଟି ଟଙ୍କାର ସଂପତ୍ତି ଥିବା କୁହା ଯାଉଛି । ଏଥି ମଧ୍ୟରୁ କେବଳ ୪୮୦ କୋଟି ଟଙ୍କା ସେ ବିନିଯୋଗ କରିଛନ୍ତି । ଏତଦ୍‌ ବ୍ୟତୀତ ତାଙ୍କ ପାଖରେ ଦୁଇଟି ବିରାଟ ବଙ୍ଗଳା ଓ ଅନେକ ଗୁଡ଼ିଏ ଲଗଜରି କାର ମଧ୍ୟ ଥିବା ଜଣାଯାଇଛି ।ଏହାସତ୍ତ୍ୱେ କରଣ ବିବାହ କରି ନାହାନ୍ତି। ସେ ଟ୍ଵିଙ୍କିଲ ଖାନ୍ନାଙ୍କ ପ୍ରେମରେ ପଡ଼ିଥିଲେ। କିନ୍ତୁ ତାଙ୍କୁ ବାହା ହୋଇ ପାରିନଥିଲେ। ନିଜର ଟକ୍‌ ସୋ’ କଫି ଉଇଥ୍‌ କରଣରେ ରେ କରଣ ଜୋହର୍‌ ଖୁଲାସା କରିଛନ୍ତି ଯେ ତାଙ୍କ ପ୍ରେମିକା ତାଲିକାରେ କରିନା କପୁର ବି ଥିଲେ । ଯଦି ଟ୍ଵିଙ୍କିଲ ଖାନ୍ନା ଏବଂ କରିନା କପୁରଙ୍କ ବାହା ହେବାକୁ କାହାକୁ ଅଧିକ ପସନ୍ଦ କରିଥାନ୍ତି ବୋଲି ପଚରାଯିବାରୁ କରଣ କହିଥିଲେ କରିନା ଅଧିକ ପସନ୍ଦଯୋଗ୍ୟ। ଏଠାରେ ସୂଚନାଯୋଗ୍ୟ ଯେ ଟ୍ଵିଙ୍କିଲ ଖାନ୍ନା ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାର ଏବଂ କରିନା କପୁର ସୈଫ୍‌ ଅଲ୍ଲୀ ଖାନଙ୍କୁ ବିବାହ କରିଛନ୍ତି।


କରଣ ଜୋହର ୧୯୯୮ ରେ ମୁକ୍ତିଲାଭ କରିଥିବା ‘ କୁଛ କୁଛ୍‌ ହୋତା ’ରୁ ନିର୍ଦ୍ଦେଶକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଏହାପରେ ସେ କଭିଖୁସି କଭି ଗମ୍‌ , କଭି ଅଲ୍‌ବିଦା ନା କେହନା, ମାଇଁ ନେମ୍‌ ଇଜ୍‌ ଖାନ୍‌ , ଦି ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌ ଓ ଏଦିଲ୍‌ ହେ ମୁସ୍କିଲ୍‌ ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । କରଣ ଜୋହର କଲ ହୋ ନା ହୋ, ଦୋସ୍ତନା, ଆଇ ହେଟ୍‌ ଲଭ୍‌ ଷ୍ଟୋରି, ଅଗ୍ନିପଥ୍‌, ୟେ ଜଓ୍ଵାନି ହେ ଦିଓ୍ଵାନି ଭଳି ବେଶ୍‌ କେତୋଟି ବିଗ୍‌ ବଜେଟ୍‌ ଫିଲ୍ମ ମଧ୍ୟ ପ୍ରଯୋଜନା କରିଛନ୍ତି ।

ସମ୍ବନ୍ଧିତ ଖବର