ଏହି ଦୁଇ ନାୟିକାଙ୍କ ଲୁକ୍‌କୁ ପ୍ରଥମେ କେହି ପସନ୍ଦ କରୁ ନଥିଲେ , ଜାଣନ୍ତୁ କାହିଁକି ?

ବଲିଉଡରେ ଏମିତି ଦୁଇ ଟପ୍‌ ନାୟିକା ଅଛନ୍ତି ଯେଉଁମାନେ ପଥମ ସମୟରେ ପ୍ରତ୍ୟାଖ୍ୟାତ ହୋଇଥିଲେ । ଏହାର କାରଣ ଥିଲା ସେମାନଙ୍କର ଲୁକ୍‌କୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ ଅସନ୍ତୁଷ୍ଟ ଥିଲେ। ଆସନ୍ତୁ ନଜର ପକାଇବା ସେଭଳି ବଲିଉଡ ନାୟିକାଙ୍କ କଥା…

କାଟ୍ରିନା କୈଫ୍‌:ଆଜି କାଟ୍ରିନା କୈଫ୍‌ ବଲିଉର ଟପ୍‌ ହିରୋଇନ୍‌ ବୋଲି କୁହାଯାଉଛି। କିନ୍ତୁ ‘ବୁମ୍‌’ ଫ୍ଲପ୍‌ ହେବା ପରେ ତାଙ୍କୁ କୌଣସି ଭାରତୀୟ ନିର୍ମାତା ନିଜ ସିନେମାରେ ନେବାକୁ ରାଜି ନଥିଲେ। ଏହାର କାରଣ ହେଲା ତାଙ୍କର ବିଦେଶୀ ଲୁକ୍‌। ସେ ବିଦେଶିନୀ ଭଳି ଦିଶୁଥିବାରୁ ତାଙ୍କୁ ବି ରିଜେକ୍ଟ କରାଯାଉଥିଲା।


ଅନୁଷ୍କା ଶର୍ମା: ଏବେକାର ବଲିଉଡ ଷ୍ଟାର୍‌ ଅନୁଷ୍କା ଶର୍ମା ଯେତେବେଳେ ଫିଲ୍ମରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ, ସେତେବେଳେ ତାଙ୍କୁ ସମସ୍ତେ ପ୍ଲେନ୍‌ ଲୁକ୍‌ିଂ ଗର୍ଲ କହି ରିଜେକ୍ଟ କରୁଥିଲେ। ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ରବ୍‌ନେ ବନାଦି ଯୋଡ଼ି’ରେ ସେହିଭଳି ଝିଅଟିଏ ଦରକାର ଥିଲା। ସେଇଥିପାଇଁ ସେ ରାଜି ହୋଇଥିଲେ।ପରେ ଅବଶ୍ୟ ସେ ହଟ୍‌ ନାୟିକା ବନିଥିଲେ।

ସମ୍ବନ୍ଧିତ ଖବର