ଗତ ଦୁଇମାସଭିତରେ ଓଲିଉଡରେ କିଛି କଥା ଘଟିଛି । ଆସନ୍ତୁ ଜାଣିବା ସେକଥା। ଚଳିତ ବର୍ଷ ଏପ୍ରିଲ୍ ୧୩ ତାରିଖରେ ଦୁଇଟି ଓଡ଼ିଆ ସିନେମା ପରଦାକୁ ଆସିଥିଲା। ଏଥିମଧ୍ୟରୁ ଗୋଟିଏ ହେଲା ‘ଦିଓ୍ଵାନା ହେଲି ତୋ’ପାଇଁ’। ଅଶୋକ କୁମାର ଦାଶ ଏହାର ପ୍ରଯୋଜକ। ସିଦ୍ଧାନ୍ତ, ମୁନ୍ନା, ରୀୟା ଦେ, ଶ୍ରୀତମ ଦାସ, ଉଷସୀ ମିଶ୍ର ଓ ପପୁ ପମ୍ପମ୍ ଏହାର ମୁଖ୍ୟ କଳାକାର। ଶ୍ରୀତମ୍ ଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ଫିଲ୍ମଟି ହିଟ୍ ହୋଇଥିବା ଜଣାଯାଇଛି। ।
ଏପ୍ରିଲ୍ ୧୩ ତାରିଖରେ ବିଭୁତିଭୂଷଣ ଷଡଙ୍ଗୀଙ୍କ ‘ଓଲେ ଓଲେ ଦିଲ ବୋଲେ’ ବି ମୁକ୍ତିଲାଭ କରିଥିଲା। କୈଳାସ ମହାପାତ୍ର ନିର୍ଦ୍ଦେଶକ। ଏଥିରେ ସିଦ୍ଧାନ୍ତ, ଜ୍ୟୋତି, ଝିଲିକ୍ ଓ ମିହିର ଦାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହା ବି ହିଟ୍ ହୋଇଥିବା କୁହାଯାଉଛି।
ତାପରେ ପରଦାକୁ ଆସିଛି ଓଡ଼ିଆ ଛବି ‘ଯୋଗୀ’। ଶ୍ରୀଧର ମାର୍ଥ ଏହାର ପ୍ରଯୋଜକ ଓ ନିରଂଜନ ବେହେରା ନିର୍ଦ୍ଦେଶକ। ଏଥିରେ ହର ରଥ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଆର୍ଯ୍ୟନ୍ ଦାଶ କୁମାର, ନିକିତା ମିଶ୍ର ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଦୀପକ କୁମାର ଏହାର ସଙ୍ଗୀତକାର। ଏହା ବି ହିଟ୍ ହୋଇଛି।
ଏହାପରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ହେଲା ‘ଶକ୍ତି’। ରୋନକ ସାହୁ ଓ ମୀନତି ସାହୁଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶକ ହେଲେ ସୁଧାକର ବସନ୍ତ। ଏଥିରେ କରଣ୍ , ସୂରମୟୀ, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ଓ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଥିଲେ। ଅଭିଜିତ ମଜୁମଦାର ଏହାର ସଂଗୀତ ନିର୍ଦ୍ଦେଶକ। ଏହା ହିଟ୍ ହୋଇଛି।
ଏଯାଏର୍ ମୁକ୍ତିଲାଭ କରିଥିବା ଶେଷ ଓଡ଼ିଆ ଛବି ହେଲା ‘ଲଭ ପ୍ରମିଜ’। ସନ୍ତୋଷ ବିଶ୍ୱାଳ ଏହାର ନିର୍ଦ୍ଦେଶକ। ଏଥିରେ ରାକେଶ ଓ ଜୟା ନାୟକ-ନାୟିକା ଭୂମିକାରେ ଅଛନ୍ତି। ପ୍ରେମ ଆନନ୍ଦ ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ। ଏହା କିନ୍ତୁ ଆଶନୁରୂପକ ସଫଳତା ପାଇ ନଥିବା ଚର୍ଚ୍ଚା ହେଉଛି।