ଏହି ଦୁଇ ରିଲ୍‌ ଭଉଣୀଙ୍କ ଭିତରେ କାହିଁକି କଳି ଲାଗେ?

ମୁମ୍ବାଇ: ପ୍ରଖ୍ୟାତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ନୂଆ ସିନେମା ‘ପଟାଖା’ର କାହାଣୀ  ଦୁଇ ନାୟିକା ସନାୟା ମାଲହୋତ୍ରା ଓ ରାଧିକା ମଦାନ୍‌ଙ୍କ ଉପରେ ଆଧାରିତ।ଏହି ସିନେମାରେ ଏ ଦୁହେଁ ଦୁଇ ଭଉଣୀ ଭୂମିକାରେ ଅଛନ୍ତି। ଏଥିରେ ବଡଭଉଣୀ ଭୂମିକାରେ ଅଛନ୍ତି ରାଧିକା । ଏଥିରେ ତାଙ୍କ ଅଭିନୀତ ଚରିତ୍ରଟି ହେଲା ବଡ୍‌କୀ।ଠିକ୍‌ ସେହିପରି ସୁନାୟା ଅଛନ୍ତି ସାନଭଉଣୀ ଚୁଟ୍‌କି ଭୂମିକାରେ ନଜର ଆସିବେ ସନାୟା ମାଲହୋତ୍ରା। ଏ ଦୁହେଁ ବାହା ହେବା ଆଗରୁ ପ୍ରତିଟି କ୍ଷେତ୍ରରେ ଲଢ଼େଇ କରନ୍ତି। ଦୁହିଁଙ୍କ ମଧ୍ୟରେ କଳି ହେଉଥିବାବେଳେ , ତାହାକୁ ଦେଖି ଗାଁ ଲୋକେ ବିସ୍ମିତ ହୁଅନ୍ତି। ଦୁଇ ଭଉଣୀଙ୍କ ଭିତରେ କଳି ଲଗାଇଥାନ୍ତି ଅଭିନେତା ସୁନୀଲ ଗ୍ରୋଭର୍‌। ତାଙ୍କ ଚରିତ୍ରରେ ଭିନ୍ନତା ଅଛି।

ଏ ଦୁହେଁ ରାଜସ୍ଥାନର ଏକ ଛୋଟିଆ ଗାଆଁରେ ରହନ୍ତି। କିନ୍ତୁ ବିବାହ ପରେ ସେ ଦୁଇ ଭଉଣୀ ଅନୁଭବ କରନ୍ତି ଯେ,ସେ ଦୁହେଁ ପରସ୍ପର ବିନା ବଞ୍ଚିପାରିବେ ନାହିଁ। ‘ପଟାଖା’ଫିଲ୍ମର ଏଦୁଇ ଭଉଣୀଙ୍କ ସଂପୂର୍ଣ୍ଣ କାହାଣୀ ଜାଣିବାକୁ ହେଲେ ସେପ୍ଟେମ୍ବର ୨୮ ତାରିଖଯାଏଁ ଅପେକ୍ଷା କରିବାକୁ ହେବ ।

‘ପଟାଖା’ର ମୁଖ୍ୟ ଭୂମିକାରେ ଅଛନ୍ତି ସନାୟା ମାଲହୋତ୍ରା,ରାଧିକା ମଦାନ୍‌,ସୁନୀଲ ଗ୍ରୋଭର୍‌ ଓ ବିଜୟ ରାଜ୍‌ ପ୍ରମୁଖ। ଏହି ଫିଲ୍ମର ପ୍ରଯୋଜକ ହେଲେ  ଅଜୟ କପୁର।

ସମ୍ବନ୍ଧିତ ଖବର