ଦୁଇ ଥର ଓଲିଉଡର ଏହି ଦୁଇ ବଡ଼ ନିର୍ଦ୍ଦେଶକଙ୍କ ଭିତରେ ଟକ୍କର ହୋଇଥିଲା , ଜାଣିଛନ୍ତି କି ଉଭୟଙ୍କ ଭିତରେ ଥିଲା କି ସଂପର୍କ !

ଭୁବନେଶ୍ୱର:ଓଡ଼ିଆ ଚଳଚ୍ଚିତ୍ରର ଦୁଇ ଖ୍ୟାତନାମା ନିର୍ଦ୍ଦେଶକ ହେଲେ ମହମ୍ମଦ ମହସୀନ୍‌ ଓସୁଧାଂଶୁ ମୋହନ ସାହୁ । ଏ ଦୁହିଁଙ୍କ ମଧ୍ୟରେ ସଂପର୍କ ଥିଲା ଗୁରୁ-ଶିଷ୍ୟ । ସତ କହିବାକୁ ଗଲେ ସୁଧାଂଶୁ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେବା ପୂର୍ବରୁ ମହମ୍ମଦ ମହସୀନଙ୍କ ଅଧିକାଂଶ ସିନେମାରେ ସହକାରୀ, ମୁଖ୍ୟ ସହକାରୀ ଏବଂ ସହଯୋଗୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।
ହେଲେ ଆପଣ କ’ଣ ଜାଣନ୍ତି ଯେ ଏହି ଗୁରୁ-ଶିଷ୍ୟଙ୍କର ଟକ୍କର ଦୁଇ ଦୁଇ ଥର ଦେଖିବାକୁ ମିଳିଥିଲା । ଆଉ ମଜାଦାର କଥା ହେଉଛି ଯେ ଦୁଇ ଥରଯାକ ଶିଷ୍ୟଙ୍କ ଆଗରେ ଗୁରୁ ହାର୍‌ ମାନିଥିଲେ । ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ‘ କିଏ ପୋଛିବ ମାଆ ଆଖିର ଲୁହ ’ । ଏହି ଚଳଚ୍ଚିତ୍ରଟି ୧୯୯୯ମସିହା ଜୁନ୍‌ ୧୭ ତାରିଖରେ ମୁକ୍ତିଲାଭ କରିଥିଲା । ଠିକ୍‌ ସେହିପରି ତାଙ୍କ ଗୁରୁ ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ‘ ମନ ରହିଗଲା ତୁମଠାରେ’ ୧୯୯୯ ମସିହା ଜୁନ୍‌ ୧୧ ତାରିଖରେ ରିଲିଜ୍‌ ହୋଇଥିଲା । ଏଦୁଇ ଫିଲ୍ମ ମଧ୍ୟରେ ବ୍ୟାବସାୟିକ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ମହସୀନ୍‌ଙ୍କ ସିନେମାର ୟୁ.ଏସ୍‌.ପି. ଥିଲେ ନିର୍ମାତା ବସନ୍ତ ନାୟକ,ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସଙ୍ଗୀତ । ଅପରପକ୍ଷରେ ସୁଧାଂଶୁଙ୍କ ସିନେମା ଥିଲା ଏକ ମଲ୍ଟି ଷ୍ଟାର୍‌ର ଛବିି, ଯେଉଁଥିରେ ବିଜୟ ମହାନ୍ତି, ମିହିର ଦାସ, ସିଦ୍ଧାନ୍ତ ମାମାମିଶ୍ର, ଅଶ୍ରୁମୋଚନ, ରୁନୁ ଓ ହର ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଲଢ଼େଇରେ ‘ କିଏ ପୋଛିବ ମାଆ ଆଖିର ଲୁହ’ ଜିତାପଟ ହାସଲ କରିଥିଲା । ଅର୍ଥାତ୍‌ ‘ ମନ ରହିଗଲା ତୁମରିଠାରେ’ ଠୁଁ କିଏ ପୋଛିବ ମାଆ ଆଖିର ଲୁହ ବେଶି ଭଲ ବ୍ୟବସାୟ କରିଥିଲା ।


ଏହି ଗୁୁରୁ-ଶିଷ୍ୟଙ୍କ ରିଲିଜ୍‌ ଲଢେଇ ପୁଣି ଦେଖିବାକୁ ମିଳିଥିଲା ୨୦୦୧ ପୂଜା ବଜାରରେ । ଏଥର ମହସୀନଙ୍କ ନିର୍ଦ୍ଦେଶିତ ‘ ଧର୍ମ ସହିଲେ ହେଲା’ ଏବଂ ସୁଧାଂଶୁଙ୍କନିର୍ଦ୍ଦେଶିତ ‘ ସମୟ ଖେଳୁଛି ଚକା ଭଉଁରୀ’ ଏକା ସମୟରେ ରିଲିଜ୍‌ ହୋଇଥିଲା । ଧର୍ମ ସହିଲେ ହେଲାରେ ରଚନାଙ୍କ ପରି ନାୟିକା ଥାଇ ‘ ସମୟ ଖେଳୁଛି ଚକା ଭଉଁରୀ’ଠୁଁ ବ୍ୟବସାୟିକ ସଫଳତାରେ ପଛରେ ପଡିଯାଇଥିଲା । ଏହା ଅବଶ୍ୟ ଭିନ୍ନ କଥାଯେ ‘ ଧର୍ମ ସହିଲେ ହେଲା’ ୩୫ ଏମ୍‌.ଏମ୍‌ ନିର୍ମିତ ହୋଇଥିବାବେଳେ ‘ ସମୟ ଖେଳୁଛିଚକା ଭଉଁରୀ’ ସିନେମା ସ୍କୋପ୍‌ ଛବି ଥିଲା ।ଏହାପରେ ଅନ୍ୟ କୌଣସି ସମୟରେ ଉଭୟଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ହୋଇ ନ ଥିଲା ।

ସମ୍ବନ୍ଧିତ ଖବର