ଭୁବନେଶ୍ୱର : ଏଥର ହୋଲିରେ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀ ‘ରଙ୍ଗୋଲି’ ଗୀତରେ ଝୁମିବେ । ତାହା ପୁଣି ବଲିଉଡ୍ ଗାୟକ ଉଦିତ୍ ନାରାୟଣଙ୍କ କଣ୍ଠରେ । ଉଦିତ୍ଙ୍କ ଏଇ ଗୀତ ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ରେକର୍ଡ ହୋଇଛି। ପୂର୍ବରୁ ଉଦିତ୍ ନାରାୟଣ ଏବଂ ପ୍ରେମ୍ ଆନନ୍ଦଙ୍କ ଯୋଡି ଓଡ଼ିଆ ଶ୍ରୋତାଙ୍କୁ ଉପହାର ଦେଇଛି ଅନେକ ମନଛୁଆଁ ଗୀତ ।
ସେ 'ହାତଧରି ଚାଲୁଥା' ହଉ କି 'ତୋ ପାଇଁକି ଦିଲ୍ଟା ମୋର ଘୁଟୁର ଘୁଟୁର ଘୁ' ହେଉ କିମ୍ବା 'ସମଥିଙ୍ଗ୍ ସମଥିଙ୍ଗ୍' ଗୀତ। ପ୍ରେମ୍ଆନନ୍ଦ-ଉଦିତ୍ ନାରାୟଣଙ୍କ ଯୋଡି ଏମିତି ଅନେକ ମନଛୁଆଁ ଗୀତ ଉପହାର ଦେଇଛନ୍ତି ଦର୍ଶକଙ୍କୁ । ତେବେ କିଛି ବର୍ଷର ନିରବତା ପରେ ପୁଣି ଏଇ ଉଦିତ୍ ନାରାୟଣ ଏବଂ ପ୍ରେମ୍ ଆନନ୍ଦଙ୍କ ଯୋଡି କମ୍ବ୍ୟାକ୍ କରିଛି ।
ଷ୍ଟାଇଲିଷ୍ଟ ହିରୋ ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ‘ବ୍ଲାକମେଲ୍’ ଚଳଚ୍ଚିତ୍ରର ଗୀତ ‘ହାଏ ତୋ ପ୍ରେମର ରଙ୍ଗୋଲି…’ ପାଇଁ ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ଉଦିତ୍ ନାରାୟଣ କଣ୍ଠଦାନ କରିଛନ୍ତି। ନିକଟରେ ଏଇ ଗୀତ ମୁମ୍ବାଇରେ ରେକର୍ଡିଂ ସରିଛି ।
ଏଇ ଗୀତ ସାରା ଓଡ଼ିଶାରେ ହଲଚଲ କରିବ ବୋଲି ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ କହିଛନ୍ତି ।