ରଜକୁ ଆସୁଛନ୍ତି ‘ପ୍ରେମ୍‌ ଆନନ୍ଦ- ଉଦିତ୍‌ ନାରାୟଣ’ ଯୋଡ଼ି

ଭୁବନେଶ୍ବର : ଆଉ ‌କେଇ ମାସ ପରେ ରଜ୍‌। ଓଡ଼ିଶାରେ ରଜ ପର୍ବ କହିଲେ ନାଚ ଗୀତ, ଦୋଳି ଖେଳ ସହିତ ସିନେମା ଦେଖା। ଖାସ୍‌ ରଜକୁ ଆଖି ଆଗରେ ରଖି ଓଡ଼ିଶାରେ  ଭିନ୍ନ ଭିନ୍ନ ସିନେମା ମୁକ୍ତିଲାଭ କରିଥାଏ । ମାତ୍ର ଏଇ ରଜ ପାଇଁ  ସ୍ବରା‌ଜଙ୍କ ଅଭିନୀତ  ‘ଦିଲ୍‌ କା ପାସୱାର୍ଡ’ ସିନେମାରେ ବହୁଚର୍ଚ୍ଚିତ  ରୋମାଣ୍ଟିକ ଗୀତ ରହିଛି। ଯାହାକୁ ସ୍ବର ଦେଇଛନ୍ତି ପ୍ରେମ୍‌ ଆନନ୍ଦ। ଗାଇଛନ୍ତି ପ୍ରଖ୍ୟାତ ବଲିଉଡ୍‌ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଏବଂ ଦିପ୍ତୀରେଖା। ଗୀତ ରେକର୍ଡ କରିବା ପରେ ‘ଗାନା ଆଚ୍ଛା ହୈ..’ ବୋଲି ମନ୍ତବ୍ୟ ଦେଇଥିଲେ ଉଦିତ ନାରାୟଣ।  ଏହି ଗୀତକୁ ଲେଖିଛନ୍ତି ଯୁବ ଗୀତିକାର ସୁବ୍ରତ ସ୍ବାଇଁ।

ପୂର୍ବରୁ ହାଏ ତୋ ପ୍ରେମର ‌ରଙ୍ଗ‌ୋଲି ଗୀତ ଗାଇ ଚର୍ଚ୍ଚା ସୃଷ୍ଟି କରିଥିବା ଉଦିତ୍‌ ନାରାୟଣ ପୁଣି ସେଇ ପ୍ରେମ୍‌ ଆନନ୍ଦଙ୍କ ଗୀତ ଗାଇଥିବାରୁ ଏହା ରଜ ବଜାରକୁ ସରଗରମ କରିବ ବୋଲି ଆଶା କରାଯାଉଛି। ତେବେ ଗୀତଟି ସଂପୂର୍ଣ୍ଣ ଭାବେ ଦାର୍ଜିଲିଂରେ ସୁଟିଂ ହେବ ବୋଲି ଜଣାପଡ଼ିଛି। ନାୟକ ସ୍ବରାଜଙ୍କ ଉପରେ ଏହା ପିକଚରାଇଜ୍ ହେବ। ସ୍ବରାଜଙ୍କ ସାଥ୍ ଦେବେ ମୁମ୍ବାଇରୁ ଆସିବାକୁ ଥିବା ଜଣେ ନାୟିକା।

ସମ୍ବନ୍ଧିତ ଖବର