ବରୁନ୍‌ଙ୍କ ଘର ସାମ୍ନାରେ ସୁରତରୁ ଆସିଥିବା ଏହି ନାବାଳିକା ରାତିସାରା କାହିଁକି ଅପେକ୍ଷା କରି ରହିଥିଲେ ଜାଣନ୍ତୁ

ମୁମ୍ବାଇ: ଶନିବାର ସାନ୍ତାକ୍ରୁଜ ପୁଲିସ ହାତରେ ଜଣେ ୧୪ବର୍ଷର ନାବାଳିକା ଧରାପଡ଼ିଛନ୍ତି। ଯିଏକି ଅଭିନେତା ବରୁଣଙ୍କୁ ଭେଟିବା ପାଇଁ କାହାକୁ କିଛି ନଜଣାଇ ସୁରତରୁ ମୁମ୍ବାଇ ଚାଲି ଆସିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଜଣେ ନାବାଳିକା ବରୁଣଙ୍କୁ ଭେଟିବା ପାଇଁ ତାଙ୍କ ଘର ସାମ୍ନାରେ ରାତି ସାରା ଜଗି ରହିଥିଲେ। କାରଣ ବରୁଣ ଧାଓ୍ଵନ୍‌ ତାଙ୍କର ଖୁବ୍‌ ପସନ୍ଦର ଅଭିନେତା। ସେ ତାଙ୍କୁ ଭେଟି ତାଙ୍କ ସହ କିଛି ସମୟ ବିତାଇବାକୁ ଚାହାଁନ୍ତି ବୋଲି କହିଥିଲେ ନାବାଳିକା। ସିକ୍ୟୁରିଟି ଗାର୍ଡ ବରୁଣ ଘରେ ନାହାନ୍ତି ବୋଲି ଯେତେ କହିଥିଲେ ସେ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ। ଘର ସାମ୍ନାରେ ଛିଡା ହୋଇ ବରୁଣ ବରୁଣ ବୋଲି ଚିତ୍କାର କରିବାରେ ଲାଗିଥିଲେ। ବରୁଣଙ୍କ ଆପର୍ଟମେଣ୍ଟରେ ରହୁଥିବା ଜଣେ ନିବାସୀ ନାବାଳିକାଙ୍କ ଏହି କାରନାମା ସମ୍ପର୍କରେ ପୁଲିସକୁ ଜଣାଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରି ଜାଣିବାକୁ ପାଇଥିଲା କି ନାବଳିକା ସୁରତସ୍ଥିତ ଜଣେ କପଡ଼ା ବ୍ୟବସାୟୀଙ୍କ କନ୍ୟା। ଯିଏକି ଶୁକ୍ରବାର ଅପରାହ୍ନ ୩ଟା ସମୟରେ ମୁମ୍ବାଇ ଆସୁଥିବା ଟ୍ରେନ୍‌ରେ ୪.୩୦ଟା ସମୟରେ ବସିଥିଲେ। ୯.୩୦ରେ ମୁମ୍ବାଇ ପହଁଞ୍ଚି ସିଧା ଖାର୍‌ସ୍ଥିତ ବାରୁଣ ଧାଓ୍ଵନ୍‌ଙ୍କ ଆପଟମେଣ୍ଟକୁ ଆସିଥିଲେ। ସେ ଶୁକ୍ରବାର ରାତିରୁ ନେଇ ଶନିବାର ପର୍ଯ୍ୟନ୍ତ ବରୁଣଙ୍କ ଘର ସାମ୍ନରେ ଅପେକ୍ଷା କରି ରହିଥିଲେ। ତେବେ ଝିଅ ନିଖୋଜ ହେବା ଖବର ବି ପରିବାର ଲୋକ ସୁରତ ଅମରୋଲି ପୁଲିସ ଷ୍ଟେସନ୍‌ରେ ଦେଇଥିଲେ। ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁୟାୟୀ ଧାରା ୩୬୩ରେ ଅପହରଣ ମାମଲା ରୁଜୁ ହୋଇଥିଲା। ତେବେ ପୁଲିସ ନାବାଳିକାକୁ ଅଟକ ରଖି ପରିବାର ଲୋକଙ୍କୁ ଖବର ଦେବା ପରେ ଘର ଲୋକ ଆସି ଝିଅକୁ ନେଇ ସୁରତ ଚାଲି ଯାଇଛନ୍ତି।

ସମ୍ବନ୍ଧିତ ଖବର