ବକ୍ସ ଅଫିସରେ ୧୦୦ଦିନ ପୂରଣ କଲା ବିକି କୌଶଲଙ୍କ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’

ମୁମ୍ବାଇ : ଜାନୁଆରୀ ୧୧, ୨୦୧୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ ୟାମି ଗୌତମ । ଫିଲ୍ମଟି ରିଲିଜ୍‌ ହେବାର ମାସକ ମଧ୍ୟରେ ୨୦୦କୋଟି କ୍ଲବ୍‌ରେ ସ୍ଥାନ ବନାଇ ସାରିଥିବା ବେଳେ ଏବେ ବକ୍ସ ଅଫିସରେ ୧୦୦ଦିନ ପୂରଣ କରିଛି ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ । ଏହି ସୂଚନା ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧର ନିଜ ଟୁଇଟ୍‌ର ଆକାଉଣ୍ଟ ଜରିଆରେ ଦେବା ପରେ, ତାହା ସାମ୍ନାକୁ ଆସିଛି । ଉରୀକୁ ଦର୍ଶକଙ୍କ ଏତେ ସଂଖ୍ୟକ ଭଲ ପାଇବା ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍‌ ଜଣାଇ ୧୦୦ଦିନ ପୂରଣ କରିଥିବାର ସୂଚନା ଦେଇଛନ୍ତି ଆଦିତ୍ୟ ।

ସୂଚନା ମୁତାବକ, ଫିଲ୍ମର କାହାଣୀ ୨୦୧୬ରେ ଭାରତୀୟ ଯବାନମାନେ ଉରୀରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ନିର୍ମାଣ କରାଯାଇଥିଲା । ଏଥିରେ ଘଟଣାକ୍ରମକୁ ଖୁବ୍‌ ଭଲ ଭାବରେ ଚିତ୍ରଣ କରାଯାଇଥିବା ବେଳେ ଫିଲ୍ମଟି ପ୍ରଥମ ଦିନରୁ ହିଁ ଲୋକମାନଙ୍କ ମନ କିଣିବା ଆରମ୍ଭ କରି ଦେଇଥିଲା ।

ସମ୍ବନ୍ଧିତ ଖବର