ବଲିଉଡ୍‌ର ଏହି ନିର୍ଦ୍ଦେଶକଙ୍କ ପାଇଁ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରଙ୍କ କ୍ୟାରିୟର ନଷ୍ଟ ହୋଇ ଯାଇଥିଲା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ୯୦ଦଶକର ସଫଳ ଅଭିନେତ୍ରୀ ଭାବରେ ପରିଚିତ। ସେ ବଲିଉଡ୍‌ରେ ଏକ ଲମ୍ବା ରାସ୍ତା ଅତିକ୍ରମ କରିବା ସହ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଅଭିନୟ ସହ ତାଙ୍କର ନାଚିବାର ଶୈଳୀ ସମସ୍ତଙ୍କୁ ପସନ୍ଦ ଥିବା ବେଳେ ଧିରେ ଧିରେ ତାଙ୍କର ଫିଲ୍ମ ଆସିବା ବନ୍ଦ ହୋଇ ଯାଇଥିଲା । ଏହା ପଛରେ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ହାତ ଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

India TV

ସୂଚନା ମୁତାବକ, ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ସହ ପ୍ରେମ ସଂପର୍କରେ ଥିଲେ ଉର୍ମିଲା । ଦୁହେଁ ନିଜର ସଂପର୍କ ବିଷୟରେ ସର୍ବସମ୍ମୁଖରେ ଜଣାଇ ନଥିଲେ ମଧ୍ୟ ଦୁହିଁଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବାକୁ ମିଳୁଥିଲା । କୁହାଯାଏ କି, ଉର୍ମିଲାଙ୍କ କ୍ୟାରିୟରକୁ ଉଚ୍ଚକୁ ନେବା ପାଇଁ ରାମ ଗୋପାଲ ବର୍ମାଙ୍କ ହାତ ଥିବା ବେଳେ ତାଙ୍କ କ୍ୟାରିୟରକୁ ନଷ୍ଟ କରିବାରେ ମଧ୍ୟ ରାମ ଗୋପାଲଙ୍କ ହାତ ଥିଲା। ରାମ ଗୋପଳଙ୍କର ବଲିଉଡ୍‌ର ଅନ୍ୟ କୌଣସି ନିର୍ଦ୍ଦେଶକଙ୍କ ସହ ସଂପର୍କ ଭଲ ନ ଥିବାରୁ ତାଙ୍କ ପ୍ରେମିକା ହିସାବରେ ଉର୍ମିଲାଙ୍କୁ ଅନ୍ୟ ନିର୍ଦ୍ଦେଶକମାନେ କାମ ଦେବା ବନ୍ଦ କରି ଦେଇଥିଲେ ।

ସମ୍ବନ୍ଧିତ ଖବର