ମୋତେ ସମର୍ଥନ ଜଣାଇବା ପାଇଁ ବଲିଉଡ୍‌ କଳାକାର ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ କେତେ ଜଣ କରିବେ, ତାହା ପରେ ଜଣାପଡ଼ିବ : ଉର୍ମିଲା

ମୁମ୍ବାଇ : କଂଗ୍ରେସରେ ଯୋଗ ଦେବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । ଯୋଗ ଦେବାର ୩ଦିନ ହୋଇ ସାରିଥିବା ବେଳେ ଉର୍ମିଲା କରୁଥିବା ବୟାନବାଜିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ମୋଦିଙ୍କୁ ନେଇ ଉର୍ମିଲା ନିଜର ବୟାନ ରଖିଥିବା ବେଳେ ଆଜି ସେ ବଲିଉଡ୍‌ କଳାକାରମାନଙ୍କୁ ନେଇ ବୟାନ ଦେଇଛନ୍ତି ।

The Week

ତାଙ୍କ କହିବା ଅନୁଯାୟୀ, ମୁଁ କଂଗ୍ରେସରେ ଯୋଗ ଦେବା ପରେ ବଲିଉଡ୍‌ ବନ୍ଧୁମାନେ ନିର୍ବାଚନ ପ୍ରଚାରରେ ମୋତେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କେତେ ଜଣ ନିଜ କଥା ରଖୁଛନ୍ତି, ତାହା ସମୟ ଆସିଲେ ଜଣା ପଡ଼ିବ । ଯଦି ସେମାନେ ଆସନ୍ତି, ତେବେ ବହୁତ ଭଲ । ଯଦି ସେମାନେ ନ ଆସନ୍ତି, ତେବେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ ଉର୍ମିଲା ।

ସମ୍ବନ୍ଧିତ ଖବର