ମୋଦୀଙ୍କ ବାୟୋପିକ୍‌କୁ ସମାଲୋଚନା କଲେ ଉର୍ମିଳା, କହିଲେ; ତାଙ୍କ ଜୀବନିକୁ ନେଇ କେବଳ କମେଡି ଫିଲ୍ମ ତିଆରି ହୋଇ ପାରିବ

0

ମୁମ୍ବାଇ : ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେବା ପରେ ଏବେ ୨୦୧୯ର ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । ରାଜନୀତିରେ ପାଦ ଦେବା ପରେ ସେ ଏ ପର୍ଯ୍ୟନ୍ତ ଅନେକ ଭୁଲ କରି ସାରିଥିବା ସହ ଏହାକୁ ନେଇ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି । ତେବେ ବାରମ୍ବାର ସମାଲୋଚିତ ହେବା ପରେ ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ବାୟୋପିକ୍‌କୁ ସମାଲୋଚନା କରିଥିବା ଦେଖା ଯାଇଛି ।

The Indian Express

ଏକ ସାକ୍ଷାତକାରରେ ଯୋଗ ଦେଇ, ମୋଦୀଙ୍କ ବାୟୋପିକ୍‌କୁ ନେଇ ଏକ କମେଡି ଫିଲ୍ମ ହେବା କଥା । କାରଣ ସେ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରା ନ କରି ନିଜକୁ ଜୋକର ବନାଇ ଦେଇଛନ୍ତି । କିଛି ଲୋକ ଏହାକୁ ଅନୁପ୍ରାଣିତ କଲା ଭଳି ଫିଲ୍ମ କହୁଛନ୍ତି । କିନ୍ତୁ ମୋତେ ଏଥିରେ କିଛି ଅନୁପ୍ରାଣିତ କଲା ଭଳି ଲାଗିଲା ନାହିଁ । ଟ୍ରେଲରରେ ଯାହା ଦେଖାଯାଇଛି, ତାହା କେବଳ ମୋଦୀଙ୍କ ଭାବମୂର୍ତ୍ତିକୁ ଭଲ କରିବା ପାଇଁ କରାଯାଇଛି । ଯେଉଁଥିରେ କୌଣସି ସତ୍ୟତା ନାହିଁ । ତାଙ୍କ ପାଇଁ ଦେଶର ଉନ୍ନତି ନୁହେଁ ଦେଶ ହିଂସା ପଥରେ ଆଗେଇ ଚାଲିଛି । ସେ ଦେଶକୁ ନଷ୍ଟ କରି ଦେଇଛନ୍ତି ବୋଲି କହିଛନ୍ତି ଉର୍ମିଳା ମାତୋଣ୍ଡକର ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.