ହାର୍ଦ୍ଦିକଙ୍କ ସହ ପ୍ରେମ ସଂପର୍କକୁ ନେଇ ହେଉଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିଲେ ଉର୍ବଶୀ, ପୂର୍ବ ମ୍ୟାନେଜରଙ୍କ ଉପରେ ଲଗାଇଲେ ଆରୋପ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିବା ସହ ଏଭଳି କାମ ତାଙ୍କ ପୂର୍ବ ମ୍ୟାନେଜରର ବୋଲି କହିଛନ୍ତି ଉର୍ବଶୀ । ହାର୍ଦ୍ଦିକଙ୍କ ସହ ମୋର କୌଣସି ପ୍ରେମ ସଂପର୍କ ନାହିଁ । ଏ ସବୁ ମୋର ପୂର୍ବ ମ୍ୟାନେଜର ମୋ ଉପରେ ରାଗ ରଖି କରିଛନ୍ତି । ମୁଁ ଇଂଲଣ୍ଡରେ ଥାଇ ମଧ୍ୟ ବିଶ୍ୱକପ ମ୍ୟାଚ୍‌ ଦେଖିବାକୁ ଯାଇ ନଥିଲି ବୋଲି ଜଣାଇଛନ୍ତି ଉର୍ବଶୀ ।

 

View this post on Instagram

 

ATTENTION PLEASE ??

A post shared by URVASHI RAUTELA ??Actor (@urvashirautela) on

ଇନ୍‌ଷ୍ଟାରେ ଏକ ଲମ୍ବା ପୋଷ୍ଟ ଲେଖି, ମୋର ପୂର୍ବ ମ୍ୟାନେଜର ନିଶାଗ୍ରସ୍ତ ରହିବା ସହ ଏବେ ଜେଲରେ ଅଛି । ସେ ହିଁ ଏଭଳି ଅପଚର୍ଚ୍ଚା ଆରମ୍ଭ କରିଛନ୍ତି । ସେ ମୋତେ ପ୍ରଥମେ ବ୍ଲାକ୍‌ମେଲ କରିବାକୁ ଚେଷ୍ଟା କରିଥିଲେ । ମିଡିଆ ସତ୍ୟତା ନ ଜାଣି ଏହି ଚର୍ଚ୍ଚା ଉପରେ ବିଶ୍ୱାସ କରୁଛି । କୌଣସି ଲୋକ ସହ ତୁମେ କାମ କରିବା ବନ୍ଦ କରିଦେବା ପରେ ସେ ତୁମ ନାଁରେ ଏଭଳି ଚର୍ଚ୍ଚା କରିବା ଅତ୍ୟନ୍ତ ଦୁଃଖର କଥା । ମୋତେ ଏ ସମ୍ମାନ ଅନେକ କଷ୍ଟ କରିବା ପରେ ମିଳିଛି ବୋଲି ଲେଖିଥିଲେ ଉର୍ବଶୀ ।

ସମ୍ବନ୍ଧିତ ଖବର