ବୋନି କପୁରଙ୍କ ଅଶାଳୀନ ସ୍ପର୍ଶ ସଂପର୍କରେ ମୁହଁ ଖୋଲିଲେ ଉର୍ବସୀ, ଗଣମାଧ୍ୟମ ଭୁଲ୍ ଭାବେ ପ୍ରଦର୍ଶନ କରିିଛି
ମୁମ୍ବାଇ: କିଛି ମାସ ତଳେ ପ୍ରଯୋଜକ ବନି କପୁରଙ୍କର ଏକ ଭିଡିଓ ଖୁବ୍ ଜୋର୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ସେଥିରେ ଦେଖିବାକୁ ମିଳିଥିଲା ବନି କପୁର ଅଶାଳୀନ ଭାବେ ଅଭିନେତ୍ରୀ ଉର୍ବସୀ ରାଉତେଲାଙ୍କ ଶରୀରକୁ ସ୍ପର୍ଶ କରୁଛନ୍ତି। ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ପାଲଟିଥିଲା। ଦୀର୍ଘ ଦିନ ପରେ ସେହି ଭିଡିଓକୁ ନେଇ ନିଜର ମତ ରଖିଛନ୍ତି ଉର୍ବସୀ। ସେ କହିଛନ୍ତି କି ବୋନି କପୁର ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିନାହାନ୍ତି। ଗଣମାଧ୍ୟମରେ ଏହାକୁ ଭୁଲ୍ ଭାବେ ପ୍ରଦର୍ଶିତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଏକ ସାକ୍ଷାତ୍କାରେ ଉର୍ବସୀଙ୍କୁ ଏ ସଂପର୍କରେ ପଚରାଯିବା ପରେ ସେ କହିଛନ୍ତି, ‘ରାତାରାତି ଭିଡିଓଟି ଭାଇରାଲ୍ ହୋଇଗଲା ଓ ଅନେକ ଲୋକ ଭିଡିଓ ସଂପର୍କରେ ନିଜ ନିଜର ମତ ରଖି ଚାଲିଲେ। ମାତ୍ର ଭିଡିଓରେ ସେପରି କୌଣସସି ବି ଅଶ୍ଳୀଳାମୀ ନଥିଲା। ତାହା ବୋନି କପୁରଙ୍କର ଏକ ସୁନ୍ଦର ଅଭିବାଦନ ଥିଲା। ଆମେ ପୂର୍ବରୁ ବି ପରସ୍ପରଙ୍କୁ ଜାଣୁ। ତାଙ୍କ ସହିତ ମୁଁ ଚଳଚ୍ଚିତ୍ର କରିନାହିଁ ବୋଲି ନୁହେଁ ଯେ ତାଙ୍କ ସହ ମୋର କୌଣସି ସଂପର୍କ ନାହିଁ।’