ବଲିଉଡ୍‌ ସିନେମା ସୁଟିଂ ପରେ ନାୟକ-ନାୟିକାଙ୍କ ପୋଷାକ ନିଲାମ ହୁଏ ନଚେତ ଏହି ସବୁ କାମରେ ଲାଗେ…

 ମୁମ୍ବାଇ: ଏ ଉତ୍ସୁକତା ଆପଣଙ୍କ ଭିତରେ ନିଶ୍ଚୟ ଥିବ ଯେ ଚଳଚ୍ଚିତ୍ରରେ ନାୟକ-ନାୟିକା ଯେଉଁ ପୋଷାକ ପିନ୍ଧନ୍ତି ସେ ପୋଷାକ ସବୁ ସୁଟିଂ ସରିଲା ପରେ ହୁଏ କ’ଣ? ତାକୁ କ’ଣ ବିକ୍ରି କରାଯାଏ ନା ଆଉ କିଛି। ବଲିଉଡ୍‌ ସିନେମା ସୁଟିଂ ପରେ ନାୟକ-ନାୟିକାମାନଙ୍କର ପୋଷାକକୁ ବିଭିନ୍ନ କାର୍ଯ୍ୟରେ ଲଗାଯାଏ। ତେବେ, ଚାଲନ୍ତୁ ଜାଣିବା ସେ ପୋଷାକଗୁଡ଼ିକ କି ପ୍ରକାର କାର୍ଯ୍ୟରେ ଲାଗେ। ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

-କିଛି ସ୍ୱତନ୍ତ୍ର ପୋଷାକ ହୋଇଥିଲେ ତାହାକୁ ନିଲାମ କରାଯାଏ। ବେଳେ ବେଳେ ଧନିକ ବର୍ଗର ବ୍ୟକ୍ତି ବଲିଉଡ୍‌ କଳାକାରମାନଙ୍କ ପୋଷାକକୁ ଚଢ଼ା ଦରରେ କିଣି ନେଇଥାନ୍ତି।

-କେତେକ ସମୟରେ କଳାକାରମାନେ ନେଇ ଯାଇଥାନ୍ତି ସେ ପିନ୍ଧିଥିବା ପୋଷାକକୁ। ଯଦି ପୋଷାକଟି କଳାକାରମାଙ୍କୁ ଖୁବ୍‌ ପସନ୍ଦ ହୋଇଥାଏ ତେବେ, ସେମାନେ ସୁଟିଂ ପରେ ବି ତାହାକୁ ନେଇ ଯାଇଥାନ୍ତି।

-ନୂଆ ଚଳଚ୍ଚିତ୍ରରେ ମଧ୍ୟ କେତେକ ସମୟରେ ପୁରୁଣା ପୋଷାକ ବ୍ୟବହାର କରାଯାଏ। ଅଧିକାଂଶ ସମୟରେ ଆପଣ ଏପରି ଅନୁଭବ କରିଥିବେ ଯେ ଗୋଟାଏ ପୋଷାକ ଏକାଧିକ ଚଳଚ୍ଚିତ୍ରରେ ବ୍ୟବହୃତ ହୋଇଥାଏ।

-କେତେକ ନାମୀଦାମୀ ପୋଷାକ ନିର୍ମାତା ନିଜ ପୋଷାକୁ ଚଳଚ୍ଚିତ୍ର ସୁଟିଂ ଶେଷ ପରେ ଫେରେଇ ନିଅନ୍ତି। ସେମାନେ ନିଜ ମୁତାବକ ସେହି ପୋଷାକୁ ନେଇ ବ୍ୟବସାୟ କରନ୍ତି।

-କେତେକ ସମୟରେ ଏହାକୁ ଜୁନିୟର୍‌ କଳାକାରଙ୍କୁ ପିନ୍ଧାଇ ଦିଆଯାଇଥାଏ। ନୂଆ କରି ବଲିଉଡ୍‌ରେ ପାଦ ଦେଇଥିବା କଳାକାର ଅଧିକାଂଶ ସମୟରେ ସିନିୟର୍‌ କଳାକାରଙ୍କ ପୋଷାକ ପରିଧାନ କରିଥିବାର ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର