ବରୁଣ ଧଓ୍ଵନ ଏବଂ ନାୟିକା ଆଲିଆ ଭଟ୍ଟ ଯୋଡିଙ୍କୁ ନେଇ ଏହି ଚର୍ଚ୍ଚା , ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ବରୁଣ ଧଓ୍ଵନଏବଂ ହଟ୍‌ ନାୟିକା ଆଲିଆ ଭଟ୍ଟଙ୍କର ଯୋଡି ଏବେ ନୂଆ ସିନେମା ‘କଲଙ୍କ’ରେ ପୁଣି ଏକାଠି କାମ କରୁଛନ୍ତି। ଏହି ଫିଲ୍ମ ହିଟ୍‌ ହେବାର ସମ୍ଭାବନରା ଅଧିକ,କାରଣ ବରୁଣ ଧଓ୍ଵନ ଏବଂ ହଟ୍‌ ନାୟିକା ଆଲିଆ ଭଟ୍ଟଙ୍କର ଯୋଡିକୁ ବଲିଉଡରେ ଏକ ହିଟ୍‌ ଯୋଡିର ମାନ୍ୟତା ମିଳିଛି । ଏହାର କାରଣ ହେଲା ଏହି ହିଟ୍‌ ଯୋଡିର ପ୍ରତିଟି ସିନେମା ସୁପରହିଟ୍‌ ହୋଇଛି ।

ଏ ଦୁହେଁ କରଣ ଜୋହରଙ୍କ ସୁପରହିଟ୍‌ ଛବି ଦି ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟରରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ତାପରେ ଏହି ଯୋଡି ପୁଣି ନଜର ଆସିଥିଲେ ଅନ୍ୟ ଏକ ହିଟ୍‌ ଫିଲ୍ମ ହମ୍ପଟି ଶର୍ମାକି ଦୁଲହନିଆରେ । ଏହି ଯୋଡିଙ୍କର ତୃତୀୟ ସିନେମା ‘ବଦ୍ରିନାଥ୍‌ କି ଦୁଲହନିଆ’ ମଧ୍ୟ ବକ୍ସ୍‍ ଅଫିସ୍‌ରେ ଧମାକା କରିଥିଲା । ଏଦୃଷ୍ଟିରୁ ବରୁଣ ଧଓ୍ଵନ ଏବଂ ହଟ୍‌ ନାୟିକା ଆଲିଆ ଭଟ୍ଟଙ୍କର ଯୋଡି ବଲିଉଡରେ ହାଟ୍ରିକ୍‌ କରିଛନ୍ତି ବୋଲି କୁହାଯିବ । କାରଣ ଗତ କିଛି ବର୍ଷଭିତରେ ଏମିତି କୌଣସି ଯୋଡି ପରଦାକୁ ଆସିନାହାନ୍ତି ଯେଉଁମାନେ ଲଗାତାର ତିନିଟି ବ୍ଲକ୍‌ ବଷ୍ଟର୍‌ ମୁଭି ଦେଇଛନ୍ତି ।

ଏଦୁହିଁଙ୍କର ଅନ୍‌ ସ୍କ୍ରିନ୍‌ ରୋମାନସ୍‌ ରିଲ୍‌ କମ୍‌ ଅଧିକ ରିଅଲ୍‌ ଲାଗେ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି ।ଆଉଏକ କଥା ହେଲା ଏଦୁହେଁ ଯଦିଓ ଲିଭ ଇନ୍‌ ଭଳି ସଂପର୍କରେ କେବେ ନ ଥିଲେ ତଥାପି ପରସ୍ପରର ଫିଲିଂ ଭଲଭାବେ ବୁଝିପାରନ୍ତି । ଆଉ ଏକ କଥା ହେଲା ଯେ କେବେ ବି ଏଦୁହେଁ କେହି କାହା ସଂପର୍କରେ କଟୁ ମନ୍ତବ୍ୟ ଦେଇ ନାହାନ୍ତି । ସବୁଠୁ ବଡ଼ କଥା ହେଲା ଯେ ଉଭୟେ ଫିଲ୍ମ ଫ୍ୟାମିଲିର ସନ୍ତାନ ।

ସମ୍ବନ୍ଧିତ ଖବର