ବାପାଙ୍କ ପ୍ରସ୍ତାବକୁ ନାଁ କହିଲେ ବରୁଣ, ଗୋବିନ୍ଦାଙ୍କ ସହ ନିଜକୁ ତୁଳନା କରାଯିବ ଭାବି ଫିଲ୍ମ କରିବା ପାଇଁ ମନା କଲେ

ମୁମ୍ବାଇ : ସଫଳତାର ଶୀର୍ଷରେ ପହଞ୍ଚିଥିବା ଅଭିନେତା ବରୁଣ ଧଓ୍ଵନ ତାଙ୍କ ବାପା ଡେଭିଡ଼୍‍ ଧଓ୍ଵନଙ୍କ ଏ ବଡ଼ ପ୍ରସ୍ତାବକୁ ନାଁ ବୋଲି କହିଥିବା ଜଣାପଡ଼ିଛି । ଡ଼େଭିନ୍‌ ଧଓ୍ଵନ ଅଭିନେତା ଗୋବିନ୍ଦାଙ୍କ ସହ ମିଶି ନିର୍ମାଣ କରିଥିବା ଫିଲ୍ମର ରିମେକ୍‌ କରିବା ପାଇଁ ଚାହୁଁଥିଲେ । ଏ ନେଇ ସେ ନିଜ ପୁଅକୁ ମୁଖ୍ୟ ଭୂମିକାରେ ଆଣିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ବରୁଣ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଥିବା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଡେଭିଡ୍‍ ଧଓ୍ଵନ କୁଲି ନମ୍ବର ଓ୍ଵାନ୍‌, ହିରୋ ନମ୍ବର ଓ୍ଵାନ୍‌ ଏବଂ ରାଜା ବାବୁ ଫିଲ୍ମର ରିମେକ୍‌ କରିବା ପାଇଁ ଇଚ୍ଛା କରିଥିଲେ । ଏହା ସହ କୁଲି ନମ୍ବର ଓ୍ଵାନ୍‌ରେ ବରୁଣ ଏବଂ ଡେଭିଡ଼୍‍ ମିଶି କରି କାମ କରିବେ ବୋଲି ଖବର ମିଳିଥିଲା । କିନ୍ତୁ ଏବେ ବରୁଣ ଫିଲ୍ମ କରିବା ପାଇଁ ମନା କରି ଦେଇଥିବା ଜଣାପଡ଼ିଛି । ଫିଲ୍ମ କଲେ ତାଙ୍କର ତୁଳନା ସିଧାସଳଖ ଗୋବିନ୍ଦାଙ୍କ ସହ ହେବ । ଏହା ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିବ ବୋଲି କହିବା ପରେ ଡେଭିଡ଼୍‍ ରିମେକ୍‌ କରିବାର ମନ ବଦଳାଇ ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର