ବାପାଙ୍କ ଘର ଛାଡିବେ ବରୁଣ ଧଓ୍ଵନ୍‌, କାରଣ ଜାଣନ୍ତୁ

ମୁମ୍ବାଇ:ବଲିଉଡର ହଟ୍‌ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରିୟ କୋ-ଷ୍ଟାର୍‌ଙ୍କ ସହ ରୋମାନସ୍‌ କରିବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ କେହି କେହି କହୁଛନ୍ତି ଯେ ସେ ଏହି କଳାକାରଙ୍କ ସହ ଆଫେଆର୍‌ ରଖିଛନ୍ତି।ଏଠାରେ ଯେଉଁ କୋ-ଷ୍ଟାର୍‌ଙ୍କ କଥା କୁହାଯାଉଛି ସେ ହେଲେ ବରୁଣ ଧଓ୍ଵନ୍‌। ଆଲିଆ ପୁଣି ବରୁଣ ଧଓ୍ଵନ୍‌ଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତ ବୋଲି କିଛି ଦିନତଳେ ଖବର ଆସିଥିଲା। ତେଣେ ତାଙ୍କର ସିଦ୍ଧାର୍ଥ ମାଲହୋତ୍ରାଙ୍କର ସହ ବ୍ରେକ୍‌ ଅପ୍‌ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ବଲିଉଡରେ। ଏଥିପାଇଁ ଆଲିଆ ଏବେ ବରୁଣଙ୍କ ସହ ସଂପର୍କ ଯୋଡିଛନ୍ତି।

photo-bollywoodshaadis.com

ଏକଥାକୁ ବି ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ବରୁଣ ଧଓ୍ଵନ୍‌ଙ୍କ ଗର୍ଲ ଫ୍ରେଣ୍ଡ ନତାଶା। ଏଣୁ ସେ ଚାହୁଁଛନ୍ତି ଯେ ବାହାଘର ଆଗରୁ ବରୁଣଙ୍କ ସହ ଲିଭ୍‌ ଇନରେ ରହିବେ ବୋଲି ଚର୍ଚ୍ଚା ହେଉଛି । ଏଥିଲାଗି ବରୁଣ ନିଜ ବାପାଙ୍କ ଘର ଛାଡିବାକୁ ଯୋଜନା କରିଛନ୍ତି। ବରୁଣ ତାଙ୍କ ଗର୍ଲ ଫ୍ରେଣ୍ଡ ନତାଶାଙ୍କ ସହ ତାଙ୍କର ଫ୍ଲାଟକୁ ସିଫ୍ଟ ହେବେ ଏବଂ ସେଠାରେ ଲିଭ୍‌ ଇନରେ ରହିବେ। ବରୁଣ ଏଭଳି ନିଷ୍ପତ୍ତି ନେବା ପଛରେ କାରଣ ହେଲା ଯେ ବରୁଣଙ୍କର ପିତା ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ୍‌ ଲିଭ୍‌ ଇନରେ ରହିବା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଥିଲେ। କିନ୍ତୁ ନତାଶାଙ୍କ ସହ ଅଧିକ ସମୟ ବିତାଇବାକୁ ବରୁଣ ଏଭଳି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର