ଜାଣନ୍ତୁ , ବରୁଣ ଧଓ୍ଵନଙ୍କ ଆଗାମୀ ସିନେମା କେବେ ରିଲିଜ୍‌ ହେଉଛି ?

ମୁମ୍ବାଇ: ବରୁଣ ଧଓ୍ଵନଙ୍କ ଅଭିନୀତ ତଥା ଗତ ବର୍ଷ ରିଲିଜ୍‌ ହୋଇଥିବା ଦୁଇଟି ସିନେମା ‘ବଦ୍ରିନାଥକି ଦୁଲହନିଆ’ ଏବଂ ‘ ଜୁଡଓ୍ଵା-୨’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହି କାରଣରୁ ବରୁଣ ଧଓ୍ଵନଙ୍କ ଆଗାମୀ ସିନେମାକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ସିନେମା କେବେ ରିଲିଜ୍‌ ହେବ ତାଙ୍କୁ ଜାଣିବାଲାଗି ବି ସମସ୍ତେ ଆଗ୍ରହୀ। ଏଷବ ଜାଣନ୍ତୁ ତାଙ୍କର ଯେଉଁ ସିନେମା ପରଦାକୁ ଆସୁଛି ତାହା ହେଲା ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍‌ ସରକାରଙ୍କ ‘ଅକ୍ଟୋବର୍‌’।

ଏହି ସିନେମାରେ ସେ ବରୁଣ ଧଓ୍ଵନଙ୍କୁ ନାୟକ ଭୂମିକାରେ ନେଇଥିବା ବେଳେ ନବାଗତା ବନିତା ସନ୍ଧୁ ଏଥିରେ ନାୟିକା ବନିଥିବା ଜଣାଯାଇଛି। ବରୁଣ ଖୁସି ଜାହିର କରିଛନ୍ତି ଯେ ପିକୁ ଭଳି ଭଲ ସିନେମା ତିଆରି କରିଥିବା ସୁଜିତଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଛି। ଖାଲି ସେତିକି ନୁହେଁ କିଛି ଦିନତଳେ ବରୁଣ ଧଓ୍ଵନ ସୋସିଆଲ ମିଡିଆରେ ଜଣାଇଥିଲେ ଯେ ତାଙ୍କ ଅଭିନୀତ ‘ଅକ୍ଟୋବର୍‌’ ଆଗାମୀ ବର୍ଷ ଜୁନ ମାସରେ ରିଲିଜ୍‌ ହେବ । ହେଲେ ଏବେ ପୁଣି ସେ ତାଙ୍କର ଏହି ସିନେମା ଜୁନ୍‌ ନୁହେଁ ବରଂ ଆସନ୍ତା ବର୍ଷ ଏପ୍ରିଲ ୧୩ ତାରିଖରେ ପରଦାକୁ ଆସିବ।

photo-indianexpress

ସେ ତାଙ୍କର ନୂଆ ନାୟିକା ବନିତା ସନ୍ଧୁଙ୍କ ପ୍ରଶଂସା କରିବାରେ ଥକୁ ନାହାନ୍ତି। ବରୁଣ କହିଛନ୍ତି ଯେ ସେ ଇଂଲାଣ୍ଡରେ ରହନ୍ତି। ପୂର୍ବରୁ ସୁଜିତ ସରକାର ବନିତାଙ୍କୁ ଏକ ଆଡ୍‌ ଫିଲ୍ମରେ ନେଇଥିଲେ । ସେତେବେଳେ ହିଁ ସୁଜିତ ବନିତା ସନ୍ଧୁଙ୍କୁ ଆଖିରେ ରଖି କାହାଣୀ ପ୍ରସ୍ତୁତ କରିଥିଲେ ଏବଂ ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ହେତୁ ଫ୍ରେସ୍‌ ମୁହ ନେବାକୁ ଚାହିଁଲେ ବୋଲି ମଧ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜରୁ ଏକ ଲେଖା ପଢ଼ିବା ପରେ‘ଅକ୍ଟୋବର୍‌’ର କାହାଣୀ ନିର୍ଦ୍ଦେଶକ ସୁଜିତ୍‌ ସରକାର ଙ୍କ ମନକୁ ଆସିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ବରୁଣ ନିକଟରେ ତାଙ୍କର ଅନ୍ୟ ଏକ ସିନେମା ‘ସୁଇଧାଗା’ର ସୁଟିଂ କରୁଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନଜର ଆସିବେ ଅନୁଷ୍କା ଶର୍ମା।ପ୍ରାପ୍ତ ସୂଚନା ଅନୁଯାୟୀ ଏହା ଆଗାମୀ ସେପ୍ଟେମ୍ବର ମାସରେ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର