ଇମ୍ରାନ୍ ହାସମୀଙ୍କ ସହିତ ବଲିଉଡରେ ପ୍ରବେଶ କରୁଛନ୍ତି ଏହି ନାୟିକା

ମୁମ୍ବାଇ: ପରଦା ଉପରେ ଇମ୍ରାନ୍ ହାସ୍ମୀଙ୍କୁ ଦର୍ଶକ ଖୁବ୍ ଶୀଘ୍ର ପରଦାରେ ଦେଖିବାକୁ ପାଇବେ।ସେ ଏବେ ‘ଦି ବଡି’ରେ ନଜର ଆସିବେ। ଏହି ଫିଲ୍ମରେ ହାସମୀଙ୍କ ସହିତ ଟଲିଉଡ୍ ଅଭିନେତ୍ରୀ ବେଦିକା ମୁଖ୍ୟ ଭୂମିକାରେ ନଜର ଆସିବେ ।
‘ଦି ବଡି’ରେ ଇମ୍ରାନ୍ ହାସମୀ ଏବଂ ବେଦିକାଙ୍କ ବ୍ୟତୀତ ଋଷି କପୁର, ଶୋଭିତା ଧୂଳିପାଲା ଅଭିନୟ କରୁଛନ୍ତି । ‘ଦି ବଡି’ ୧୩ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ।
ବେଦିକା ଏପର୍ଯ୍ୟନ୍ତ ୨୦ରୁ ଅଧିକ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିସାରିଛନ୍ତି । ସେ ତାମିଲ, ମଲାୟାଲମ, କନ୍ନଡ ଏବଂ ତେଲୁଗୁ ଫିଲ୍ମରେ କାମ କରିସାରିଛନ୍ତି । ଫିଲ୍ମ ‘ଦି ବଡି’ ଜରିଆରେ ବେଦିକା ବଲିଉଡରେ ଡେବ୍ୟୁ କରୁଛନ୍ତି । ବେଦିକାଙ୍କ ଏହା ହେବ ପ୍ରଥମ ହିନ୍ଦୀ ସିନେମା ।

Image result for vedika
image source-IMDB

ତେବେ ବେଦିକା ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ବେଦିକା ପ୍ରଥମେ ଶାନ୍ତନୁ ଭାଗ୍ୟରାଜଙ୍କ ସହିତ ଫିଲ୍ମ ‘ସକ୍କରକଟ୍ଟି’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଏ ଆର୍ ରେହମାନ୍ । ଏଥିରେ ବେଦିକାଙ୍କ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏହାପରେ ସେ ସେଠାରେ ଖୁବ୍ ନାଆଁ କରିଲେ।

ସମ୍ବନ୍ଧିତ ଖବର