ବୀର ପାଇଲଟ୍‌ ଅଭିନନ୍ଦନଙ୍କ ଏଭଳି ଫଟୋ ସେୟାର କରି ବିବାଦୀୟ ଟୁଇଟ୍‌ କଲେ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ୍‌

ମୁମ୍ବାଇ : ଅନେକ ସମୟରେ ଭାରତ ବିରୋଧି ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ ଏବେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ବୀର ପାଇଲଟ୍‌ ଅଭିନନ୍ଦନଙ୍କୁ ନେଇ ସେ ଯେଉଁ ଫଟୋ ଟୁଇଟ୍‌ କରିଛନ୍ତି, ତାକୁ ନେଇ ଏବେ ସବୁ ଭାରତୀୟ ବୀଣାଙ୍କୁ ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି । ନିଜ ଟୁଇଟ୍‌ରେ ସେ ପାଇଲଟ୍‌ ଅଭିନନ୍ଦନଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟେ ଫଟୋରେ ଅଭିନନ୍ଦନ ବିମାନ ଆଗରେ ନିଜର ମଥା ଉଚ୍ଚା କରି ଠିଆ ହୋଇଥିବାର ଦେଖା ଯାଇଥିବା ବେଳେ ଅନ୍ୟ ଫଟୋରେ ପାକିସ୍ତାନୀ ସେନା ତାଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଇଥିବା ଦେଖାଯାଇଛି । ଏଭଳି ଫଟୋ ସେୟାର କରି ବୀଣା ଲେଖିଛନ୍ତି, ଫଟୋ ପ୍ରକୃତ ସତ ଜଣାଇ ଦେଉଛି ।

ତେବେ ବୀଣା ପାଇଲଟ ଅଭିନନ୍ଦନଙ୍କୁ ଏଭଳି ଅପମାନିତ କରୁଥିବା ଦେଖି, ଭାରତୀୟମାନେ ତାଙ୍କୁ ଟୁଇଟ୍‌ରରେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭିକାରୀ ବେଶର ଫଟୋ ସେୟାର କରି ଲୋକେ ଫଟୋ ପ୍ରକୃତ ସତ ଜଣାଇ ଦେଉଛି ବୋଲି ଲେଖିଥିବା ବେଳେ କିଛି ଲୋକ ଫଟୋ ଜରିଆରେ ପାଇଲଟ ଅଭିନନ୍ଦନଙ୍କୁ ସିଂହ ଓ ପାକ୍‌ ସେନାକୁ କୁକୁର ବୋଲି ଦର୍ଶାଇଥିବା ଦେଖାଯାଇଛି ।

 

ସମ୍ବନ୍ଧିତ ଖବର