‘ବିରେ ଦି େଓ୍ଵଡ଼ିଙ୍ଗ୍‌’ରେ କାମ କରିଛନ୍ତି ସଲମାନଙ୍କ ପ୍ରେମିକା,୪୦୦ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କୁ ବଛା ଯାଇଥିବା ନେଇ ଚର୍ଚ୍ଚା

ମୁମ୍ବାଇ : ଏବେ ଫିଲ୍ମ ‘ବିରେ ଦି େଓ୍ଵଡ଼ିଙ୍ଗ୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ଗୀତ ଗୁଡ଼ିକ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ କିଛି ଦିନ ତଳେ ରିଲିଜ ହୋଇଥିବା ଟ୍ରେଲର ଦେଖିବା ପରେ ଦର୍ଶକମାନେ ଫିଲ୍ମର ରିଲିଜକୁ ଅନାଇ ବସିଛନ୍ତି । ତେବେ ଫିଲ୍ମକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ସଲମାନଙ୍କ ପ୍ରେମିକା ଲୁଲିଆ ଭନ୍ତୁର ଗୋଟେ ଗୀତରେ ନିଜର କଣ୍ଠଦାନ କରିଥିବା ଜଣା ପଡ଼ିଛି । ଫିଲ୍ମରେ ଥିବା ଏକ ପାର୍ଟିି ସଙ୍ଗରେ ସେ ଗୀତ ଗାଇଥିବା ଜଣା ପଡ଼ିଛି । ଏଥିରେ ତାଙ୍କ ସହ ବଲିଉଡ଼ର ଅନ୍ୟ ୬ଜଣ ଗୀତିକାର ମଧ୍ୟ ନିଜର କଣ୍ଠଦାନ କରିଛନ୍ତି । ଫିଲ୍ମର ଏହି ଗୀତଟି ପାଇଁ ୪୦୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଏହି ୭ଜଣଙ୍କୁ ବଛା ଯାଇଥିଲା ।

The Indian Express

ଏଥିରେ ଲୁଲିଆଙ୍କ ସହିତ ନିକିତା ଆହୁଜା, ଆଦିତି ସିଂ ଶର୍ମା ପାୟଲ ଦେବ,ବିଶାଲ ମିଶ୍ର ଏବଂ ଶ୍ରବୀ ୟାଦବ କଣ୍ଠଦାନ କରିଥିବା ଜଣା ପଡ଼ିଛି । ଏହି ଫିଲ୍ମର ଏ ପର୍ଯ୍ୟନ୍ତ ଦୁଇଟି ଗୀତ ‘ତରିଫାଁ’ ଏବଂ ‘ଭଙ୍ଗଡ଼ା ଦା ସଜଦା’ ରିଲିଜ ହୋଇଥିବା ବେଳେ ଫିଲ୍ମରେ ଥିବା ଅନ୍ୟ ଗୀତ ଗୁଡ଼ିକ ଶୀଘ୍ର ରିଲିଜ କରାଯିବ ବୋଲି ଜଣା ପଡ଼ିଛି ।ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଏକତା କପୁର,ରିୟା କପୁର ଏବଂ ନିଖିଲ ଦିେଓ୍ଵଦୀ ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶଶାଙ୍କ ଘୋଷ ।

ସମ୍ବନ୍ଧିତ ଖବର