‘ବୀରେ ଦି ଓ୍ଵଡିଙ୍ଗ୍‌’ରେ ଆଉ ଥରେ ବିବାହ କରୁଥିବା ଦେଖିବାକୁ ମିଳିବେ କରୀନା !

ନୂଆଦିଲ୍ଲୀ : କରୀନା କପୁର ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ତେବେ ମାତୃତ୍ୱ ପରେ ପୁଣି ବିବାହ କରିବା ପାଇଁ ଯାଉଛନ୍ତି କରୀନା । ଚିନ୍ତାର କୌଣସି କାରଣ ନାହିଁ, ଏହା ବାସ୍ତବତା ନୁହେଁ ବରଂ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବୀରେ ଦି େଓ୍ଵଡ଼ିଙ୍ଗ’ରେ ସେ ବିବାହ କରୁଥିବାର ଦେଖାଯାଉଛନ୍ତି। ଆଜି କରୀନାଙ୍କର ‘ବୀରେ ଦି ଓ୍ଵଡ଼ିଙ୍ଗ’ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରୁ ଜଣାପଡ଼ୁଛି କି ଏହା ୪ଜଣ ସାଙ୍ଗଙ୍କ କାହାଣୀ। କରୀନାଙ୍କ ସହ ଟ୍ରେଲରରେ ସୋନମ କପୁର, ସ୍ୱରା ଭାସ୍କର , ଟିକୁ ତାଲସାନିଆ ନଜର ଆସୁଛନ୍ତି।

ଚଳଚ୍ଚିତ୍ରର ନାମ ‘ବୀରେ ଦି େଓ୍ଵଡ଼ିଙ୍ଗ’ ରହିଥିଲେ ମଧ୍ୟ ଏଥିରେ ଅଭିନେତ୍ରୀମାନଙ୍କର ମୁଖ୍ୟଚରିତ୍ର ରହିଛି । ଏଥିରେ ଚାରି ଜଣ ମହିଳାଙ୍କ ମଧ୍ୟରେ ଥିବା ବନ୍ଧୁତା ଏବଂ ବିବାହକୁ ନେଇ ସେମାନଙ୍କ ମତ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ଟ୍ରେଲରରେ ସୋନମ ଏବଂ କରୀନାଙ୍କୁ ଅନେକ ପ୍ରକାରର ମଜାଳିଆ କଥା କହୁଥିବାର ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ଶଶାଙ୍କ ଘୋଷ ରହିଥିବା ବେଳେ ଏହା ବାଲାଜୀ ପ୍ରଡ଼କ୍ଟସନ ବ୍ୟାନରରେ ନିର୍ମିତ ହୋଇଛି। ମହିଳାଙ୍କ ଜୀବନ ଏବଂ ବିବାହ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜୁନ ୧ ତାରିଖରେ ରିଲିଜ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର