ବିରାଟଙ୍କୁ ବିବାହ କରିବା ନୁହେଁ, ଏହା ଥିଲା ଅନୁଷ୍କାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତିି

ମୁମ୍ବାଇ : ପୂର୍ବରୁ ବିରୁଷ୍କାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିବା ବେଳେ ବିବାହ ପରେ ମଧ୍ୟ ଦୁଇ ଜଣ କୌଣସି ନା କୌଣସି କଥାକୁ ନେଇ ଆଲୋଚନାରେ ରହି ଆସିଛନ୍ତି । ଗତ ବର୍ଷ ଦୁଇ ଜଣ ବିବାହ କରିଥିବା ବେଳେ ବିବାହ ପରେ ଭାଇରାଲ ହୋଇଥିବା ଫଟୋରୁ ଦୁହେଁ ଦୁହିଁଙ୍କ ସହ ଖୁସିଥିବା ଦେଖିବାକୁ ମିଳିଛି । ବିବାହ ପରେ ଦୁଇ ଜଣଙ୍କୁ ନିଜ ନିଜର କ୍ୟାରିୟରରେ ଅଧିକ ସଫଳତା ମିଳିଥିବା ମଧ୍ୟ ଦେଖାଯାଇଛି । ତେବେ ଏତେ ସବୁ ପରେ ବିରାଟଙ୍କୁ ବିବାହ କରିବା ଅନୁଷ୍କାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା ବୋଲି ଯଦି ଆପଣମାନେ ଭାବୁଛନ୍ତି, ତେବେ ତାହା ସଂପୂର୍ଣ୍ଣ ଭୁଲ । ବିରାଟଙ୍କୁ ବିବାହ କରିବା ଅନୁଷ୍କାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତିି ନଥିଲା ବୋଲି ଅନୁଷ୍କା ନିଜେ ସ୍ୱୀକାର କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଅପ୍‌ଲୋଡ଼ କରି ସେ ଏହାର ଖୁଲାସା କରିଛି । ମାଂସାହାରୀରୁ ଶାକାହାରୀ ହେବା ତାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତିି ଥିଲା ବୋଲି ଲେଖି ସେ ଫଟୋ ପୋଷ୍ଟ କରିଛନ୍ତି ।

Latestly

ଅନୁଷ୍କା ଯେଉଁ ଫଟୋ ଅପ୍‌ଲୋଡ଼ କରିଛନ୍ତି ସେ ଫଟୋଟି ସେ ପଶୁ ଅଧିକାର ସଂଗଠନ ପେଟା କ୍ୟାମ୍ପେନ୍‌ରେ ଉଠାଇଥିବା ଜଣାପଡ଼ିଛି । ୩ବର୍ଷ ପୂର୍ବରୁ ଅନୁଷ୍କା ମାଂସାହାରୀରୁ ଶାକାହାରୀ ପାଲଟିଥିଲେ । ଏବେ ସେ ପେଟା ସହ ମିଶି ଲୋକମାନଙ୍କୁ ଶାକାହାରୀ ହେବା ପାଇଁ ଉତ୍ସାହିତ କରୁଛନ୍ତି । ଯାହାଦ୍ୱାରା ପଶୁମାନଙ୍କ ସହ ହେଉଥିବା ଅତ୍ୟାଚାରକୁ ରୋକା ଯାଇ ପାରିବ ।

ସମ୍ବନ୍ଧିତ ଖବର