‘ପାକିଜା’ ଅଭିନେତ୍ରୀ ଗୀତା କପୁରଙ୍କୁ  ଡାକ୍ତରଖାନାରେ ଏକା ଛାଡ଼ିଦେଲା ପୁଅ! ତାକୁ ଝୁରିଝୁରି ଅସହାୟ ଅବସ୍ଥାରେ ଆଖିବୁଜିଲେ ଗୀତା 

ମୁମ୍ବାଇ : ପୁଅକୁ ଅପେକ୍ଷା କରି କରି ଆର ପାରିକୁ ଚାଲି ଯାଇଛନ୍ତି ଅଭିନେତ୍ରୀ ଗୀତା କପୁର । ମୁମ୍ବାଇରେ ଥିବା ଏସ୍‌ଆର୍‌ବି ଡ଼ାକ୍ତରଖାନାରେ ସକାଳ ୯ଟା ସମୟରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିବା  ଜଣାପଡ଼ିଛି । ଅଭିନେତ୍ରୀ ଗୀତା କପୁରଙ୍କ ବିୟୋଗ ପରେ ଏହି ଖବରକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ପ୍ରାଯୋଜକ ଅଶୋକ ପଣ୍ଡିତ୍‌। ଏକ ନିଉଜ୍‌ େଓ୍ଵବ୍‌ସାଇଟ୍‌କୁ ସାକ୍ଷାତକାର ଦେଇ ସେ ଏହି ଖବର ସମସ୍ତଙ୍କୁ ଜଣାଇଥିଲେ । ଆମେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହେଲୁ । ବର୍ଷେ ପୂର୍ବରୁ ତାଙ୍କ ଦେହ ଖରାପ ହୋଇଥିବା ବେଳେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନିଜ ପିଲାମାନଙ୍କୁ ଅପେକ୍ଷା କରିଥିଲେ ମଧ୍ୟ କେହି ବି ତାଙ୍କୁ ଡ଼ାକ୍ତରଖାନାକୁ ଦେଖା କରିବା ପାଇଁ ଆସି ନଥିଲେ । ଗତ ସପ୍ତାହେ ହେଲା ସେ ନିଜ ପିଲାମାନଙ୍କୁ ବହୁତ  ମନେ ପକାଇବା ସହ ତାଙ୍କ ଶାରୀରିକ ଅବସ୍ଥା କ୍ରମଶଃ ଖରାପ ହେବାରେ ଲାଗିଥିଲା । କିଛି ଦିନ ଏପରି ରହିବା ପରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସେ କହିଛନ୍ତି ।

NewsX IND

ସୂଚନା ମୁତାବକ, ଗତ ବର୍ଷ ଏପ୍ରିଲ ୨୧ରେ ୧୦୦ରୁ ଊର୍ଦ୍ଧର୍୍ୱ ଫିଲ୍ମରେ କାମ କରି ସାରିଥିବା ଗୀତା କପୁରଙ୍କ ରକ୍ତଚାପ ନିମ୍ନ ହୋଇଯିବାରୁ ତାଙ୍କ ପୁଅ ରାଜା ଏସ୍‌ଆର୍‌ବି ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଭର୍ତ୍ତି କରାଇବା ପରେ ତାଙ୍କ ପାଖରେ ନ ରହି  ମା’କୁ  ସେଠାରେ ଏକା ଛାଡ଼ି ଚାଲି ଯାଇଥିଲେ । ଗୀତା ଫୋନ ଯୋଗେ କଥା ହେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପୁଅ ରାଜା ତାଙ୍କ ସହ କୌଣସି ସଂପର୍କ ରଖି ନଥିଲେ । କାନ୍ଦି କାନ୍ଦି ତାଙ୍କର ଅବସ୍ଥା ଖରାପ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପୁଅ ତାଙ୍କ ପାଖକୁ ଆସି ନ ଥିଲେ । ଗୀତା ‘ପାକିଜା’ ଭଳି ଫିଲ୍ମ କରି ଚର୍ଚ୍ଚିତ ହୋଇଥିବା ବେଳେ ତାଙ୍କ ପୁଅ ରାଜା କପୁର ଜଣେ କୋରିଓଗ୍ରାଫର ବୋଲି ଜଣାପଡ଼ିଛି । ମା’କୁ ଦେଖା କରିବାକୁ ନ ଆସିବାରୁ ରାଜାଙ୍କ ବିରୋଧରେ ଏକ ପୁଲିସ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ପୁଲିସ ତାଙ୍କୁ ଖୋଜି ପାଇବାରେ ବିଫଳ ହୋଇଥିଲା ।

ସମ୍ବନ୍ଧିତ ଖବର