ଫିଲ୍ମ ସଞ୍ଜୁରେ ମିଡ଼ିଆକୁ ଭୁଲ ଭାବରେ ଦର୍ଶାଯାଇଥିବା ଆରୋପକୁ ନେଇ ନିଜର ମତ ରଖିଲେ ବିକି କୌଶଲ, କହିଲେ-ଫିଲ୍ମକୁ ଭଲ ଭାବରେ ଦେଖନ୍ତୁ ପ୍ରକୃତ କଥା ଜାଣି ପାରିବେ
ମୁମ୍ବାଇ : ଜୁନ୍ ୨୯ରେ ରିଲିଜ ହୋଇଥିଲା ଫିଲ୍ମ ସଞ୍ଜୁ । ଯେଉଁଥିରେ ଅଭିନେତା ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ରଣବୀର କପୁର । ଫିଲ୍ମରେ ସେ ସଞ୍ଜୟଙ୍କ ଭୂମିକାକୁ ଖୁବ୍ ଭଲ ଭାବରେ ପରିବେଷଣ କରିଥିବା ବେଳେ ଫିଲ୍ମରେ ଥିବା ତାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ଫିଲ୍ମଟି ଅନେକ ବଡ଼ ବଡ଼ ବଜେଟ୍ର ଫିଲ୍ମକୁ ପଛରେ ପକାଇ ସାଜିଥିଲା ବକ୍ସ ଅଫିସର ବାଦ୍ଶାହା । ତେବେ ଫିଲ୍ମରେ ମିଡ଼ିଆର ଭାବମୂର୍ତ୍ତିକୁ ଖରାପ ଦେଖା ଯାଇଛି ବୋଲି ଅଭିଯୋଗ ହୋଇଥିବା ବେଳେ ସେ ନେଇ ନିଜର ମତ ରଖିଛନ୍ତି ଅଭିନେତା ବିକି କୌଶଲ ।
Sambad is now on WhatsApp
Join and get latest news updates delivered to you via WhatsApp
ଫିଲ୍ମରେ ପୂରା ମିଡ଼ିଆ ସମୁଦାୟକୁ ନୁହେଁ ବରଂ ଏହି ଲାଇନ୍ରେ କାମ କରୁଥିବା କିଛି ଲୋକ ଯେଉଁମାନେ ଖବରକୁ ଅତିରଞ୍ଜିତ କରନ୍ତି ସେମାନଙ୍କୁ ଖରାପ ବୋଲି ଦର୍ଶା ଯାଇଛି । ସେମାନଙ୍କ ଏପରି କାମ ପାଇଁ ଲୋକମାନଙ୍କ ମନରେ କୌଣସି ବ୍ୟକ୍ତି ବିଷୟରେ ଭୁଲ ଧାରଣା ଆସି ଯାଇଥାଏ । ଖବରକୁ ଅତିରଞ୍ଜିତ କରିବା ଦ୍ୱାରା ତାହାର ଖରାପ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିଥାଏ । ଯାହା ବିଷୟରେ ଫିଲ୍ମରେ ଦର୍ଶା ଯାଇଛି ବୋଲି ବିକି କହିଛନ୍ତି ।