ସୁଟିଂ ସେଟ୍ରେ ଦୁର୍ଘଟଣାର ଶିକାର ହେବା ପରେ, ଉଡିଗଲା ‘ଜୋସ୍’ ବାତିଲ ହେଲା ସୁଟିଂ, ମୁହଁରେ ପଡ଼ିଲା ୧୩ଟି ଷ୍ଟିଚ୍
ମୁମ୍ବାଇ : ବଲିଉଡ୍ ଅଭିନେତା ବିକି କୌଶଲ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍’ର ସଫଳତା ପରେ ଏବେ ଏକ ହରର ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯାହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଭାନୁ ପ୍ରତାପ ସିଂହ । ଫିଲ୍ମର ନାଁ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନଥିବା ବେଳେ ଏହି ଫିଲ୍ମର ସୁଟିଂ ସେଟ୍ରେ ଅଭିନେତା ବିକି କୌଶଲ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ଯାହାଦ୍ୱାରା ତାଙ୍କ ମୁହଁରେ ଗଭୀର ଆଘାତ ଲାଗିବା ସହ ୧୩ଟି ଷ୍ଟିଚ୍ ପକା ଯାଇଛି । ଏତେ ବଡ଼ ଦୁର୍ଘଟଣା ପରେ ବିକି ଗୁଜୁରାଟରୁ ମୁମ୍ବାଇ ଫେରି ଆସିଛନ୍ତି । ସେ ଠିକ୍ ହେବା ପରେ ହିଁ ସୁଟିଂ ଆରମ୍ଭ କରାଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଫିଲ୍ମର କାହାଣୀ ପାଣି ଜାହାଜକୁ ନେଇ ଥିବା ବେଳେ ଗୁରୁରାଟରେ ଥିବା ଏକ ବନ୍ଦରରେ ଏହାର ସୁଟିଂ ଚାଲୁ ରହିଥିଲା । ରାତି ସମୟରେ ସୁଟିଂ ଚାଲୁଥିବା ବେଳେ ଆକ୍ସନ ଦୃଶ୍ୟ କରୁ କରୁ ବିକିଙ୍କ ଉପରେ ଏକ କବାଟ ଖସି ପଡ଼ିଥିଲା । ଯାହାଦ୍ୱାରା ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଛି ।