ଶାହାରୁଖ୍‌ ଖାନ୍‌ଙ୍କ ଦୀପାବଳି ପାର୍ଟିକୁ ଜନ୍ମଦିନ ପାର୍ଟିି ବୋଲି ଭାବି ନେଇଥିଲେ ବିକି କୌଶଲ, ମନ୍ନତରେ ପହଞ୍ଚିବା ପରେ….

ମୁମ୍ବାଇ : ଗତ କିଛି ଦିନ ମଧ୍ୟରେ ଅଭିନେତା ବିକି କୌଶଲଙ୍କର ରିଲିଜ୍‌ ହୋଇଥିବା ଫିଲ୍ମ ତାଙ୍କୁ ସଫଳତାର ଶୀର୍ଷରେ ଆଣି ପହଞ୍ଚାଇଛି । କିଛି ସପ୍ତାହ ପୂର୍ବରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ଉରୀ : ଦ ସର୍ଜିକାଲ ଷ୍ଟ୍ରାଇକ୍‌’ରେ ତାଙ୍କର ଚମତ୍କାର ଅଭିନୟ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଆଣି ଦେଇଥିଲା । ଫିଲ୍ମ ରିଲିଜ୍‌ ପରେ ପରେ ତାଙ୍କ ନାଁ ଏବେ ବଡ଼ ବଡ଼ କଳାକାରମାନଙ୍କ ସୂଚୀରେ ସାମିଲ ହୋଇଥିବା ବେଳେ ଗୋଟେ ପରେ ଗୋଟେ ଫିଲ୍ମର ବଡ଼ ଅଫର ତାଙ୍କୁ ମିଳୁଥିବା ଦେଖା ଯାଇଛି । ତେବେ ଏକ ସାକ୍ଷାତକାରରେ ଯୋଗ ଦେଇ ବିକି ନିଜ ସହ ଘଟିଥିବା ଯେଉଁ ଘଟଣାର ଖୁଲାସା କରିଛନ୍ତି, ତାହା ତାଙ୍କୁ ଚର୍ଚ୍ଚାର ପରସରକୁ ଆଣିଛି ।

Filmfare

ତାଙ୍କ କହିବା ଅନୁଯାୟୀ, ୨୦୧୮ରେ ମୋତେ ଶାହାରୁଖ୍‌ ଖାନ୍‌ ଫୋନ କରି ପାର୍ଟିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । ଏହା ପରେ ମୁଁ ସେଠାରେ ଯାଇ ଠିକ୍‌ ସମୟରେ ପହଞ୍ଚି ଯାଇଥିଲି । କିନ୍ତୁ ସେଠାକୁ ଯିବା ପରେ ତାହା ଜନ୍ମଦିନ ନୁହେଁ ବରଂ ଦୀପାବଳି ପାର୍ଟି ବୋଲି ମୁଁ ଜାଣିବାକୁ ପାଇଥିଲି । ସେଠାକୁ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧି ଆସିଥିବା ବେଳେ ମୋ ପୋଷାକ ସବୁଠାରୁ ଭିନ୍ନ ଥିଲା । ସମସ୍ତେ ମୋତେ ଚାହୁଁଥିଲେ ବୋଲି କହିଛନ୍ତି ବିକି ।

ସମ୍ବନ୍ଧିତ ଖବର