କାର୍ଗିଲ ବିଜୟ ଦିବସରେ ପୁଣି ଥରେ ରିଲିଜ୍ ହେବ ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ, ୫୦୦ଥିଏଟରରେ ମାଗଣାରେ ଦେଖିବେ ଲୋକେ
ମୁମ୍ବାଇ : ଜାନୁଆରୀ ୧୧, ୨୦୧୯ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ବିକି କୌଶଲ ନଜର ଆସିଥିବା ବେଳେ ସେପ୍ଟେମ୍ବର ୨୯, ୨୦୧୬ରେ ଭାରତ କରିଥିବା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍ର କାହାଣୀକୁ ନେଇ ଏହି ଫିଲ୍ମ ତିଆରି କରାଯାଇଥିଲା । ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିବା ସହ ଅନେକଙ୍କୁ ଏହା ଅନୁପ୍ରାଣିତ ମଧ୍ୟ କରିଥିଲା । ତେବେ ଫିଲ୍ମଟି ଥିଏଟରରୁ ଉଠି ସାରିଥିବା ବେଳେ ଏବେ ଏହାକୁ ପୁଣି ଥରେ ରିଲିଜ୍ କରାଯିବ ବୋଲି ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ଥିବା ବେଳେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ପୁଣି ଥରେ ରିଲିଜ୍ କରାଯିବ । ୫୦୦ଟି ଥିଏଟରରେ ଲୋକେ ମାଗଣାରେ ଏହି ଫିଲ୍ମ ଦେଖି ପାରିବେ । ଏ ନେଇ ନିଜର ଖୁସି ବ୍ୟକ୍ତ କରି ନିର୍ଦ୍ଦେଶକ ଆଦିତ୍ୟ ଧର୍ କହିଛନ୍ତି, ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍’ କାର୍ଗିଲ ବିଜୟ ଦିବସ ପାଳନର ଏକ ଅଂଶ ହୋଇପାରିଥିବାରୁ ମୁଁ ବହୁତ ଖୁସି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭିସ୍ ୫୦୦ଟି ଥିଏଟରରେ ଲୋକମାନଙ୍କୁ ମାଗଣାରେ ଏହି ଫିଲ୍ମ ଦେଖାଇବାର ଯେଉଁ ନିଷ୍ପତ୍ତି ନେଇଛନ୍ତି,ତାହା ଖୁବ୍ ସୁନ୍ଦର ।