ସୁଟିଂ ସେଟରେ କାହା ସହ ଭିଡ଼ିଓ ଚାଟ୍‌ କରୁଛନ୍ତି ପ୍ରଭାସ

ମୁମ୍ବାଇ: ‘ବାହୁବଲୀ-୨’ରେ ଦର୍ଶକ ଯେଉଁ ଯୋଡ଼ିକୁ ଦେଖିବାକୁ ପାଇଥିଲେ,ସେମାନଙ୍କୁ ସେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଏହି ଯୋଡ଼ି ହେଲେ ପ୍ରଭାସ ଓ ଅନୁଷ୍କା ସେଟ୍ଟି।
ଖାଲି ପରଦାରେ ନୁହେଁ ବାସ୍ତବ ଜୀବନରେ ବି ପ୍ରଭାସ ଓ ଅନୁଷ୍କାଙ୍କ ଯୋଡ଼ିକୁ ଠିକ୍‌ଠାକ୍‌ ବୋଲି କୁହାଯାଉଛି। ଶୁଣିବାକୁ ମିଳୁଛି ଯେ, ଏ ଦୁଇ କଳାକାର ଏବେ ବି ପରସ୍ପରକୁ ଡ଼େଟ୍‌ କରୁଛନ୍ତି। ସେମାନେ ଜଣେ ଆରଜଣକୁ ଘଣ୍ଟା ନ ଦେଖିଲେ ରହିି ପାରୁ ନାହାନ୍ତି।
ଏଥିପାଇଁ ତ ‘ସାହୋ’ର ସୁଟିଂ ସେଟ୍‌ରେ ସଟ୍‌ ଦେବା ପରେ ଓ ବ୍ରେକ୍‌ ମିଳିବା ମାତ୍ରେ ଅଭିନେତା ପ୍ରଭାସ ତାଙ୍କର ପ୍ରେମିକା ଅନୁଷ୍କାଙ୍କ ସହିତ ଭିଡ଼ିଓ ଚାଟ୍‌ କରୁଛନ୍ତ। ଏଥିରୁ ପ୍ରମାଣିତ ହେଉଛି କି ପ୍ରଭାସ ଓ ଅନୁଷ୍କା ଏବେବି ପ୍ରେମ ସଂପର୍କରେ ରହିଛନ୍ତି।


ପ୍ରଭାସ ଓ ଅନୁଷ୍କା ଚାହୁଁଛନ୍ତି ସେମାନେ ସାଙ୍ଗ ହୋଇ ପୁଣି ଏକ ସିନେମାରେ ଏକାଠି କାମ କରିବେ। ଏହା ଫଳରେ ଉଭୟଙ୍କୁ ନିକଟତର ହେବାକୁ ପ୍ରତ୍ୟକ୍ଷ ଭାବେ ଅଧିକ ସମୟ ମିଳିବ। ଏହି କଥାକୁ ଆଖି ଆଗରେ ରଖି ପ୍ରଭାସ ଏବେ କୌଣସି ନୂଆ ସିନେମାରେ କାମ କରିବାକୁ ରାଜି ହେଉନାହାନ୍ତି। ଆହୁରି ମଧ୍ୟ କୁହାଯାଉଛି ଯେ, ଯେଉଁ ନିର୍ମାତା ତାଙ୍କୁ ଅନୁଷ୍କା ସେଟ୍ଟିଙ୍କ ସହିତ ନେବାକୁ ଚାହିଁବେ,ତାଙ୍କ ଫିଲ୍ମରେ କାମ କରିବାକୁ ରାଜି ହେବେ।

ସମ୍ବନ୍ଧିତ ଖବର