ପୁଣି ଥରେ ସୋସିଆଲ୍‌ ମଡିିଆରେ ଭାଇରାଲ ହେଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ନିଜର ଏକ ଝଲକରୁ ସାରା ଦେଶକୁ ପାଗଳ କରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଛୋଟ ଛୋଟ କଥା ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେ ବର୍ତ୍ତମାନ ଇଣ୍ଟରନେଟ ସେନସେସନ ପାଲଟି ଯାଇଛନ୍ତି । ପ୍ରିୟା ତାଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିବା ସମସ୍ତ ଫଟୋ ଏବଂ ଭିଡ଼ିଓ କିଛି ସମୟ ମଧ୍ୟରେ ପ୍ରଚୁର ମାତ୍ରାରେ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ପ୍ରିୟା ତାଙ୍କ ସାଙ୍ଗ ଏବଂ ପ୍ରଶଂସକଙ୍କ ସହ ସପିଙ୍ଗମଲ୍‌ରେ ବୁଲୁଥିବା ସମୟର ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେଇଛି।
ଭିଡ଼ିଓଟିରେ ପ୍ରିୟା ଏକ ଲାଲ୍‌ ରଙ୍ଗର ଡ଼୍ରେସ ପିନ୍ଧି ତାଙ୍କ ସାଙ୍ଗମାନଙ୍କ ସହ ବୁଲୁଥିବାର ନଜର ଆସିଛନ୍ତି । ଏହା ସହ ସେଠାରେ ଥିବା ତାଙ୍କ ପ୍ରଶଂସକଙ୍କ ସହିତ ମଧ୍ୟ କଥା ହେଉଛନ୍ତି ପ୍ରିୟା । ଏହି ଭିଡ଼ିଓଟିକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହା ବହୁତ କମ ସମୟ ମଧ୍ୟରେ ବହୁ ସଂଖ୍ୟକ ଲୋକଙ୍କ ଦ୍ୱାରା ଦେଖାଯାଇଥିଲା।


ପ୍ରିୟା ପ୍ରକାଶ ଭାଲେଣ୍ଟାଇନ ଡେ ସମୟରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଓରୁ ଉଦାର ଲବର’ ଏକ ଗୀତର ଛୋଟ ସିନରୁ ଦର୍ଶକଙ୍କ ମନରେ ଘର କରିଥିଲେ । ପ୍ରିୟାଙ୍କର ଫଟୋ ଏବଂ ଭିଡ଼ିଓ ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ସୋସିଆଲ ମିଡ଼ିଆରୁ ହିଁ ତାଙ୍କର ୮ ଲକ୍ଷ ଟଙ୍କା ରୋଜଗାର ହୋଇଥିଲା। ବର୍ତ୍ତମାନ ତାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ୫୦ ଲକ୍ଷ ଫଲୋୟର୍ସ ଥିବା ବେଳେ ତାଙ୍କୁ ବଲିଉଡ଼ରୁ ମଧ୍ୟ ଅଫର ଆସିବା ଆରମ୍ଭ ହୋଇଗଲାଣି ।

ସମ୍ବନ୍ଧିତ ଖବର