ଟିକ୍‌ଟକ୍‌ରେ ଛାଇଲା ଶ୍ରୀଦେବୀଙ୍କ ହମ୍‌ସକଲ୍‌ର ଭିଡିଓ, ଅନ୍ଦାଜ ଦେଖି ଆବାକ୍‌ ହେଲେ ଚାନ୍ଦିନୀଙ୍କ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ସୁପର୍‌ଷ୍ଟାର୍‌, କୁଇନ୍‌ ଅଫ୍‌ ହାର୍ଟସ, ହୱା ହୱାଇ, ଚାନ୍ଦିନୀ ଆଦି ଅନେକ ନାମରେ ପରିଚିତ ବଲିଉଡ୍‌ର ପ୍ରଥମ ଲେଡି-ସୁପର୍‌ଷ୍ଟାର୍‌ ଶ୍ରୀଦେବୀ। ତାଙ୍କ ମୃତ୍ୟୁକୁ ପାଖାପାଖି ଦେଢ଼ ବର୍ଷ ହୋଇ ସାରିଲାଣି। ହେଲେ ଏବେ ବି ପ୍ରଶଂସକଙ୍କ ମନରୁ ଲିଭିନି ଶ୍ରୀଦେବୀଙ୍କ ଜଲୱା। ମାତ୍ର କିଛି ବର୍ଷ ତଳେ ରିଲିଜ୍‌ ହୋଇଥିବା ‘ମମ୍‌’ ଓ ‘ଇଂଲିଶ ଭିଂଲିଶ’ ପରି ଚଳଚ୍ଚିତ୍ରରେ ତାଙ୍କର ଉଲ୍ଳେଖନୀୟ ଅଭିନୟ ପାଇଁ ସେ ଦର୍ଶକଙ୍କ ଭିତରେ ସବୁଦିନ ପାଇଁ ଜୀବନ୍ତ ହୋଇ ରହିପାରିଛନ୍ତି।

ତେବେ, ଏବେ ମ୍ୟୁଜିକାଲ୍‌ ଆପ୍‌ ଟିକ୍‌ଟକ୍‌ରେ ଦେଖିବାକୁ ମିଳିଛି ଶ୍ରୀଦେବୀଙ୍କ ପରି ଅବିକଳ ଆଉ ଜଣଙ୍କ ଚେହେରା। ଶ୍ରୀଦେବୀଙ୍କ ଏହି ହମ୍‌ସକଲର ନାମ ରାକ୍ଷୀ। ସେ ଟିକ୍‌ଟକ୍‌ରେ ଶ୍ରୀଦେବୀଙ୍କ ପରି ବେଶ ହୋଇ ଶ୍ରୀଦେବୀଙ୍କ ଚରିତ୍ରଗୁଡ଼ିକରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛନ୍ତି। ଯାହାକି ଦର୍ଶକଙ୍କୁ ଚକିତ କରାଇଛି।

ଶ୍ରୀଦେବୀଙ୍କ ସହ କେବଳ ତାଙ୍କ ଚେହେରା ନୁହେଁ ବରଂ ତାଙ୍କ ଅନ୍ଦାଜ ପୂରାପୂରି ମିଶିଯାଉଛି। ସେ ଶ୍ରୀଦେବୀଙ୍କ ଲୋକପ୍ରିୟ ସଂଳାପ ଓ ଗୀତରେ ଟିକ୍‌ଟକ୍‌ରେ ନଜର ଆସୁଛନ୍ତି। ଯାହା ଦର୍ଶକଙ୍କୁ ଶ୍ରୀଦେବୀଙ୍କ ସ୍ମୃତି ମନେପକାଇ ଦେଉଛି।

ସମ୍ବନ୍ଧିତ ଖବର