ଯିଏ ମୋତେ ମୋଟା ବୋଲି କହି ଓଜନ କମାଇବା ପାଇଁ ଉପଦେଶ ଦିଏ, ତାକୁ ଗାଳି କରିବା ଲାଗି ଇଚ୍ଛା ହୋଇଥାଏ

ମୁମ୍ବାଇ : ଅନେକ ହିଟ୍‌ ଫିଲ୍ମରେ କାମ କରି ସାରିଥିବା ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଓଜନକୁ ନେଇ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ୪୦ବର୍ଷ ବୟସରେ ପାଦ ରଖିଥିବା ବିଦ୍ୟା ତାଙ୍କୁ କେହି ମୋଟୀ କହିଲେ ତାଙ୍କ ମନରେ ପ୍ରଥମେ କେଉଁ ଗାଳି ଆସେ ସେ ବିଷୟରେ ଜଣାଇଛନ୍ତି ।

oneindia.com

ବିଦ୍ୟା କହନ୍ତି, “କିଛି ଲୋକ ଜଣଙ୍କ ବିଷୟରେ କିଛି ନ ଜାଣି ତାଙ୍କୁ ଉପଦେଶ ଦେଇଥାନ୍ତି । ମୋ କ୍ଷେତ୍ରରେ ଏଭଳି ଅନେକ ଥର ଘଟିଛି । ଲୋକମାନେ ମୋର ଶାରୀରିକ ସମସ୍ୟା ବିଷୟରେ ନ ଜାଣି ମୋତେ ଓଜନ କମାଇବାର ଉପଦେଶ ଦେଇଥାନ୍ତି । ଛେଟେ ବେଳୁ ମୁଁ ଓଜନ କମାଇବାର ଉପେଦଶ ଶୁଣି ଶୁଣି ଆସୁଛି । ମୋ ଶରୀରରେ ହର୍‌ମୋନ ଅସନ୍ତୁଳନର ସମସ୍ୟା ଥିବାରୁ ମୋର ଓଜନ ବଢ଼ିଥାଏ । ଏହାକୁ କାମାଇବା ପାଇଁ ଅନେକ ଥର ଜିମ୍‌ ଯାଇଛି । କିନ୍ତୁ କିଛି ଦିନ ଠିକ୍‌ ରହିବା ପରେ ପୁଣି ମୋର ହର୍‌ମୋନ ଅସନ୍ତୁଳନର ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଲୋକ କିଛି ନ ଜାଣି ମୋ ଓଜନକୁ ନେଇ ଥଟ୍ଟା କରିବା ସହ କମାଇବାର ଉପଦେଶ ଦେଇଥାନ୍ତି । ଯାହାକୁ ଶୁଣି ମନକୁ ପ୍ରଥମେ ତୁମ୍‌ ଭାଡ୍‌ ମେ ଜାଓ ଗାଳି ଆସିଥାଏ । କିନ୍ତୁ ଏବେ ମୁଁ ସେ ସବୁ କଥା ଉପରେ ଧ୍ୟାନ ଦେଉ ନାହିଁ । ଏବେ ମୁଁ ହିସାବରେ ମୋ ଜୀବନକୁ ଉପଭୋଗ କରିବା ଆରମ୍ଭ କରିଛି।”

ସମ୍ବନ୍ଧିତ ଖବର