ଯୁବତୀମାନଙ୍କ ଆଲ୍‌ମାରୀରେ ଏହି ୩ଟି ଜିନିଷ ରହିବା ନିହାତି ଆବଶ୍ୟକ : ବିଦ୍ୟା ବାଲନ୍‌

ମୁମ୍ବାଇ : ନିଜର ଭିନ୍ନ ଅଭିନୟ କଳା ପାଇଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ୍‌ । ଆରମ୍ଭରୁ ତାଙ୍କୁ ଦର୍ଶକଙ୍କ ଏତେ ଭଲ ପାଇବା ମିଳି ନ ଥିବା ବେଳେ ଧିରେ ଧିରେ ସେ ନିଜ ବ୍ୟକ୍ତିତ୍ୱକୁ ଚାହିଁ ଫିଲ୍ମ କରିବା ପରେ ସଫଳ ହୋଇଥିଲେ । କିଛି ମାସ ହେଲାଣି ତାଙ୍କୁ ପରଦା ଉପରେ ଦର୍ଶକ ଦେଖିବାକୁ ପାଇ ନ ଥିବା ବେଳେ ଅନେକ ଇଭେଣ୍ଟରେ ତାଙ୍କୁ ଦେଖିବାକୁ ମିଳୁଛି । କିଛି ଦିନ ତଳେ ବିଦ୍ୟା ଏକ ଇଭେଣ୍ଟରେ ଯୋଗ ଦେଇଥିବା ବେଳେ ଜଣେ ଯୁବତୀଙ୍କ ଆଲ୍‌ମାରୀରେ କେଉଁ ୩ଟି ଜିନିଷ ରହିବା ଦରକାର,ସେ ବିଷୟରେ ଜଣାଇଥିଲେ ।

CircleOfBollywood

ତାଙ୍କ କହିବା ଅନୁଯାୟୀ, ପ୍ରତି ଯୁବତୀଙ୍କ ଆଲ୍‌ମାରୀରେ ସୁନ୍ଦର ଅନ୍ତର୍ବସ୍ତ୍ର,ହଳେ ବ୍ଲୁ ଜିନ୍ସ ଏବଂ କଟନ୍‌ ଶାଢ଼ି ରହିବା ନିହାତି ଆବଶ୍ୟକ । ମୋ ହିସାବରେ ଏହି ୩ଟି ଜିନିଷ ନିହାତି ଭାବରେ ଜଣେ ଯୁବତୀଙ୍କ ଆଲ୍‌ମାରୀରେ ରହିବା ଆବଶ୍ୟକ ।

ସମ୍ବନ୍ଧିତ ଖବର