ଅଲ୍ଲୁ ଅର୍ଜୁନ-ମହେଶ ବାବୁଙ୍କୁ ପଛରେ ପକାଇଲେ ବିଜୟ ଦେବରକୋଣ୍ଡା!

ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରିରେ ଏବେ ବିଜୟ ଦେବରକୋଣ୍ଡାଙ୍କୁ ନେଇ ଚର୍ଚ୍ଚା। ଏକା ସାଙ୍ଗରେ ତାଙ୍କ ଷ୍ଟାଇଲ ଓ ତାଙ୍କ ଅଭିନୟର ଅନ୍ଦାଜ ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ଅନେକ ବଡ଼ ବଡ଼ ସୁପରଷ୍ଟାରଙ୍କୁ ସେ ପଛରେ ପକାଇବାରେ ସଫଳ ହୋଇଛନ୍ତି। ୨୦୧୯ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଡିୟର କମ୍ରେଡ’କୁ ଦର୍ଶକଙ୍କ ବହୁତ ଭଲ ପାଇବା ମିଳିବା ସହ ଫିଲ୍ମଟି ସୁପରହିଟ୍ ହୋଇଥିଲା। ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ବିଜୟ ଦେବରକୋଣ୍ଡାଙ୍କୁ ନେଇ ମଧ୍ୟ ଅଧିକ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଚଳିତ ବର୍ଷ ସବୁ ସାଉଥ୍ ସୁପରଷ୍ଟାରଙ୍କୁ ପଛରେ ପକାଇ ଗୁଗଲ ସର୍ଚ୍ଚରେ ପ୍ରଥମ ସ୍ଥାନରେ ରହିଛନ୍ତି ବିଜୟ। ଏହି କ୍ଷେତ୍ରରେ ସେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ମହେଶ ବାବୁଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି। ଖୁବ୍ କମ ଦିନର ଫିଲ୍ମ କ୍ୟାରିୟରରେ ତାଙ୍କୁ ନେଇ ଏତେ ଆଲୋଚନା ହେବା ବହୁତ ବଡ଼ କଥା ହୋଇଥିବା ବେଳେ ବଲିଉଡରୁ ମଧ୍ୟ ତାଙ୍କୁ ଫିଲ୍ମର ଅଫର ମିଳିବା ଆରମ୍ଭ ହୋଇଛି।

Image result for vijay-deverakonda
Forbes India

ଗୁଗଲ ସର୍ଚ୍ଚ ସହ ଇନଷ୍ଟାଗ୍ରାମରେ ମଧ୍ୟ ବିଜୟ ଅଲ୍ଲୁ ଅର୍ଜୁନ ଓ ମହେଶ ବାବୁଙ୍କୁ ପଛରେ ପକାଇଛନ୍ତି। ଇନଷ୍ଟାରେ ବିଜୟଙ୍କ ୫ମିଲିୟନ ଫଲୋଓର୍ସ ଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କର ୪.୬ ଓ ମହେଶ ବାବୁଙ୍କର ୩.୮ଫଲୋଓର୍ସ ଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର