ରୀୟାଙ୍କ ପାଇଁ ନୂଆ ଖଳନାୟିକୀ ଦେଖାଇବେ ଏହି କଳାକାରମାନେ

ଭୁବନେଶ୍ୱର:ଏବେ ରିଲିଜ୍‌ ପାଇଁ ସଜବାଜ ହେଉଛି ‘ପ୍ରେମ ପାଇଁ ମହାଭାରତ’ । ଏହି ସିନେମାର ସଂକ୍ଷିପ୍ତ କଥାବସ୍ତୁ ହେଲା ଏମିତି -ନାୟକ (ସମ୍ବିତ୍‌) ଭଲ ପାଆନ୍ତି ନାୟିକା(ରୀୟା)ଙ୍କୁ। ଉଭୟଙ୍କ ମଧ୍ୟରେ ଖୁବ୍‌ ଭଲ ପ୍ରେମ ସଂପର୍କ। ଏକ ଦୁର୍ଘଟଣାର ଶିକାର ହୋଇ ଥିବା ନାୟିକାଙ୍କୁ ଉଦ୍ଧାର କରନ୍ତି ଚାରିଜଣ ଯୁବକ। ସେମାନେ ଘଟଣାକ୍ରମେ ମଧ୍ୟ ଉକ୍ତ ନାୟିକାଙ୍କର ରୂପ ଲାବଣ୍ୟରେ ପ୍ରଭାବିତ ହୋଇ ତାଙ୍କ ପ୍ରେମରେ ପଡ଼ିଯାଆନ୍ତି। ନାୟିକା ସଂପର୍କରେ ଜାଣିବାପରେ ନାୟକ ବି ନିଜର ପ୍ରେମକୁ ଫେରିପାଇବା ପାଇଁ ଚେଷ୍ଟା କରେ।

ତା’ପରେ ଆରମ୍ଭ ହୁଏ ‘ପ୍ରେମ ପାଇଁ ମହାଭାରତ’। ରୀୟାଙ୍କ ପ୍ରେମିକମାନେ ସମରେଶ ରାଉତରାୟ,ବବି ମିଶ୍ର,ଶ୍ରୀତମ୍‌ ଦାସ ଓ ପିଣ୍ଟୁ ନନ୍ଦ।ଏହି ଅଭିନେତା ମାନଙ୍କୁ ଦର୍ଶକ ଏଥର ବି ସେମାନେ ଭିନ୍ନ ଧରଣର ଖଳନାୟିକୀ ଦେଖାଇବେ ବୋଲି କୁହାଯାଉଛି।


ଆଉ ଏକ ମଜାଦାର କଥା ହେଲା ‘ପ୍ରେମ ପାଇଁ ମହାଭାରତ’ରେ ରୀୟାଙ୍କ ପାଇଁ ପାଗଳ ହୋଇଥିବା ଏହି କଳାକାରଙ୍କ ମଧ୍ୟରୁ ରୀୟା କାହାଙ୍କର ପ୍ରେମିକା ହେଉଛନ୍ତି,ତାହା ଦେଖିବାକୁ ମିଳିବ ଏହି ସିନେମାରେ। ଏହାର ନିର୍ଦ୍ଦେଶକ ହେଲେ ନିରଂଜନ ବେହେରା ।

ସମ୍ବନ୍ଧିତ ଖବର