ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲୀଙ୍କ ପତ୍ନୀ ଏଣ୍ଡ୍ରିଆଙ୍କ ଦେହକୁ ଅଶାଳୀନଭାବେ ଛୁଇଁ ବିବାଦରେ ଗାୟକ ଅଙ୍କିତ ତିଓ୍ଵାରୀଙ୍କ ବାପା

0 887

ମୁମ୍ବାଇ: ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲୀ ଏବଂ ତାଙ୍କ ପତ୍ନୀ ଏଣ୍ଡ୍ରିଆ ପୁଣି ବିବାଦ ଘେରକୁ ଆସିଛନ୍ତି  । ଗତକାଲି ସେ ଦୁହେଁ ମୁମ୍ବାଇର ଏକ ମଲ୍‌ରେ ଏକ ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇଛନ୍ତି  । ବିନୋଦ କାମ୍ବଲୀ ଏବଂ ତାଙ୍କ ପତ୍ନୀ ଏଣ୍ଡ୍ରିଆଙ୍କ ଅଭିଯୋଗ ଅନୁଯାୟୀ  ମଲ୍‌ରେ  ଜଣେ ବୟସ୍କ ବ୍ୟକ୍ତି ତାଙ୍କ ଦେହକୁ  ଅଶାଳୀନଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ବାକ୍‌ବିତଣ୍ଡା ହୋଇଥିଲା। ପରେ ଜଣାପଡ଼ିଲା ଯେ ସେହି ବୟସ୍କ ବ୍ୟକ୍ତିଜଣକ ହେଲେ ରାଜେନ୍ଦ୍ର ତିଓ୍ଵାରୀ। ତାଙ୍କର ବୟସ ଏବେ ୫୯ ବର୍ଷ ବୋଲି ଜଣାଯାଇଛି। ସେ ହେଉଛନ୍ତି ବଲିଉଡର ପ୍ରଖ୍ୟାତ ଗାୟକ ଅଙ୍କିତ ତିଓ୍ଵାରୀଙ୍କ ପିତା ବୋଲି ଜଣାପଡ଼ୁଥିଲା।

ବାକ୍‌ବିତଣ୍ଡାର କିଛି ସମୟପରେ ରାଜେନ୍ଦ୍ର ବିନୋଦ କାମ୍ବଲୀ ଏବଂ ତାଙ୍କ ପତ୍ନୀ ଏଣ୍ଡ୍ରିଆଙ୍କ ପାଖକୁ ଯାଇ ଭୁଲରେ ଏମିତି ହୋଇଗଲା ବୋଲି କହିବାକୁ ଯାଉଥିବା ବେଳେ ଏଣ୍ଡ୍ରିଆ ନିଜର ଚପଲ କାଢ଼ି ମାରିବାକୁ ଉଦ୍ୟତ ହୋଇଥିଲେ। ଏହାପରେ ବିନୋଦ କାମ୍ବଲୀ ଏବଂ ତାଙ୍କ ପତ୍ନୀ ଏଣ୍ଡ୍ରିଆ ନିକଟସ୍ଥ ଥାନାରେ ଏସଂପର୍କରେ ଲିଖିତ ଅଭିଯୋଗ କରିଥିଲେ।

ବିନୋଦ କହିଥିଲେ ଯେ ଅଙ୍କିତ,ଭାଇ ଅଙ୍କୁର ଏବଂ ପିତା ରାଜେନ୍ଦ୍ର ତାଙ୍କ ପତ୍ନୀଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାପରେ ରାଜେନ୍ଦ୍ର ତିଓ୍ଵାରୀ ଏବଂ ତାଙ୍କ ପରିବାର ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଥିବା ଜଣାଯାଇଛି। ଏହି ଘଟଣାର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.