ବିବାହ ସଂପର୍କରେ ଟୁଇଟର୍‌ରେ ଆନୁଷ୍ଠାନିକ ଘୋଷଣା କଲେ ବିରାଟ

ମୁମ୍ବାଇ: ଇଟାଲିର ମିଲାନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ସୋମବାର ସକାଳୁ କ୍ରକେଟ୍‌ ତାରକା ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ କରିବା ପରେ ବିରାଟ ନିଜ ବିବାହ ସଂର୍କରେ ଟୁଇଟର୍‌ ଆକାଉଣ୍ଟ୍‌ରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।

ବିରାଟ ଲେଖିଛନ୍ତି, ‘ପ୍ରେମରେ ବାନ୍ଧି ହୋଇ ରହିବା ପାଇଁ ଆଜିଠାରୁ ଆମେ ପରସ୍ପର ନିକଟରେ ଶପଥ କଲୁ। ଆପଣମାନଙ୍କ ସହ ଏହି ଖବର ବାଣ୍ଟିପାରୁଥିବାରୁ ଆମେ ଅନେକ ଭାଗ୍ୟଶାଳୀ। ଏହି ସୁନ୍ଦର ଦିନଟି ଆମର ପରିବାରବର୍ଗ, ପ୍ରଶଂସକ ଏବଂ ଶୁଭଚିନ୍ତଙ୍କ ଭଲପାଇବା ଆଉ ସମର୍ଥନ ପାଇଁ ଆହୁରି ସ୍ୱତନ୍ତ୍ର ହେବ। ଆମ ଜୀବନ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆମ ରହିଥିବାରୁ ଧନ୍ୟବାଦ।’

 

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ କ୍ରକେଟ୍‌ ତାରକା ବିରଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଇଟାଲିଠାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫିଲ୍ମଫେୟାର୍‌ ରିପୋର୍ଟ ମୁତାବକ, ବିରାଟ ଓ ଅନୁଷ୍କା ଇଟାଲିର ମିଲାନଠାରେ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ସକାଳୁ ବିବାହ କରିଛନ୍ତି। ସେଠାରେ ଦୁଇ ପକ୍ଷର ସଂପର୍କୀୟ ଏବଂ ବନ୍ଧୁ ଉପସ୍ଥିତ ଥିବା ସୂଚନା ରହିଛି। ଫିଲ୍ମଫେୟାର୍‌ ପକ୍ଷରୁ ଆହୁରି ବି ପ୍ରକାଶ ପାଇଥିଲା ଯେ ଏ ସଂପର୍କରେ ଆନୁଷ୍ଠାନିକ ଭାବେ ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ବିରୁଷ୍କା ଘୋଷଣା କରିବେ।

ସମ୍ବନ୍ଧିତ ଖବର