ଛାତ ଉପରେ ଅନୁଷ୍କାଙ୍କ ସହ କ୍ରିକେଟ୍‌ ଖେଳୁଛନ୍ତି ବିରାଟ

କିଛିଦିନ ତଳେ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ଚୁଟି କାଟୁଥିବା ଓ ଏକାଠି ଫିଲ୍ମ ଦେଖୁଥିବା ନଜର ଆସିଥିଲେ। ନିକଟରେ ଏହି ଯୋଡ଼ିଙ୍କୁ ଛାତ ଉପରେ କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳିଛି। ଦୁହେଁ ମଜାଦାର ସମୟ ବିତାଇବା ପାଇଁ ଖେଳୁଥିବା ବ‌େଳେ ଅନୁଷ୍କା ବ୍ୟାଟିଂ ଏବଂ ବିରାଟ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ଅନୁଷ୍କା ଓ ବିରାଟ ଏବେ ନିଜର ମୂଲ୍ୟବାନ ସମୟ ଘରେ କାଟୁଥିବା ବେଳେ ସେମାନଙ୍କ କ୍ବାରାଣ୍ଟିନ ଡାଏରି ସୋସିଆଲ ମିଡିଆରେ ଚର୍ଚ୍ଚିତ ହେବାରେ ଲାଗିଛି। ଅନୁଷ୍କା ‌ବିରାଟଙ୍କ ଚୁଟି କାଟିବା ସହ ବୋର୍ଡ ଗେମ୍‌‌ ଖେଳୁଛନ୍ତି।

ସମ୍ବନ୍ଧିତ ଖବର