ସ୍ୱର୍ଗ ପରି ଏକ ସ୍ଥାନରେ ହନିମୁନ ମନାଉଛନ୍ତି ବିରୁଷ୍କା, ଦେଖନ୍ତୁ କେମିତି ସେ ସ୍ଥାନ!

ମୁମ୍ବାଇ: କିଛିଦିନ ହେବ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ସିନେ ତାରକା ଅନୁଷ୍କା ଶର୍ମା। ଏ ହୁହେଁ ଏବେ ନୁହେଁ, ସେମାନଙ୍କ ପ୍ରେମ ଆରମ୍ଭ ଦିନରୁ ହିଁ ଗଣମାଧ୍ୟମର ଦୁଇ ଚର୍ଚ୍ଚିତ ଚେହେରା। ତେବେ ସେମାନେ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ସେମାନଙ୍କୁ ନେଇ ଲୋକମାନଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ସେମାନେ କୁଆଡ଼େ ଗଲେ, କ’ଣ କଲେ ସେ ସବୁ ଜାଣିବା ପାଇଁ ପ୍ରଶଂସକମାନେ ପୂରା ବାଇୟା। ଜାଣିବାକୁ ମିଳିଛି ଯେ ବିବାହ ପରେ ବିରୁଷ୍କା ପ୍ରଥମେ ରୋମ୍‌ ଯିବା ପରେ ଏବେ ହନିମୁନ୍‌ ମନେଇବା ପାଇଁ ଫିନ୍‌ଲାଣ୍ଡ୍‌ ଯାଇଛନ୍ତି।

ଫଟୋରେ ଦୃଶ୍ୟମାନ ହେଉଥିବା ସ୍ଥାନଟି ହେଉଛି ଅନେକ ଉଚ୍ଚତାରେ ରହିଥିବା ‘ଦ ସାନ୍ତା କ୍ଲଜ୍‌ ଭିଲେଜ୍‌’। ବର୍ତ୍ତମାନ ଏହି ଦମ୍ପତି ସାନ୍ତା କ୍ଲଜ୍‌ଙ୍କ ଆନୁଷ୍ଠାନିକ ଜନ୍ମସ୍ଥାନ ରୋଭାନିଏମିରେ ଅଛନ୍ତି। ରୋଭାନିୟମି ସହରଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଧ୍ୱଂଶ ପ୍ରାୟ ବୋଲି କହିଲେ ଭୁଲ୍‌୍‌ ହେବନି। ସାନ୍ତା କ୍ଲଜ୍‌ଙ୍କ ଗ୍ରାମ ଏପରି ଏକ ସ୍ଥାନ ଯେଉଁଠାରେ ପରି କାହାଣୀଗୁଡ଼ିକର ବାସ୍ତବ ସହ ଭେଟ ହୋଇଥିଲା। ରୋଭାନିଏମି ହେଉଛି ଲାପଲାଣ୍ଡ ଦେଶର ରାଜଧାନୀ। ତେବେ, ବର୍ଷକୁ ପ୍ରାୟ ୨୦୦ଟି ରାତ୍ରରେ ଦେଖାଯାଉଥିବା ଅରୋରା ବୋରେଲ୍‌ସ ଭିୟୁ ହେତୁ ଏହି ସହରଟି ଖୁବ୍‌ ପ୍ରସିଦ୍ଧ।

ବିରାଟ-ଅନୁଷ୍କାଙ୍କ ପାଇଁ ରୋଭନିଏମିରେ ହନିମୁନ୍‌ ଆୟୋଜନ କରିଛି ଲକ୍ସରି ଆକ୍‌ସନ କମ୍ପାନି। ଏହି କମ୍ପାନି ବ୍ୟକ୍ତିଗତ ଏବଂ ଉତ୍କୃଷ୍ଟ ଧରଣର ଯାତ୍ରା ବନ୍ଦୋବସ୍ତ ପାଇଁ ଉଦ୍ଦିଷ୍ଟ। ଆପଣ ଦେଖିପାରୁଥିବେ ଯେ ବିରାଟ ପରିଧାନ କରିଥିବା ହ୍ୟାଟ୍‌ରେ ମଧ୍ୟ ଲକ୍ସରି ଆକ୍ସନ ଲେଖାଥିବା ଦୃଶ୍ୟମାନ ହେଉଛି।

ସମ୍ବନ୍ଧିତ ଖବର