ବିଶାଲ ଡାଡ୍‌ଲାନୀ-ତହସିନ ପୁନାବାଲାଙ୍କ ଉପରେ ୧୦-୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ଅଦାଲତ

ମୁମ୍ବାଇ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କଣ୍ଠଶିଳ୍ପୀ ବିଶାଲ ଡାଡ୍‌ଲାନୀ ଏବଂ ରାଜନୈତି କାର୍ଯ୍ୟକର୍ତ୍ତା ତହସିନ୍‌ ପୁନାବାଲାଙ୍କ ଉପରେ ୧୦-୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ବିଶାଲ ଏବଂ ତହସିନ୍‌ ୨୦୧୬ରେ ଦିବଂଗତ ଜୈନ ମୁନିଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏଭଳି ଦଣ୍ଡ ଦେଇ ଆଗକୁ ଯେମିତି କେହି କୌଣସି ଧର୍ମର ଧର୍ମଗୁରୁଙ୍କୁ ନେଇ ଏଭଳି ଟିପ୍ପଣୀ ନ ଦେଉ ସେ ନେଇ ଚେତାଇ ଦେଇଛି ହାଇକୋର୍ଟ । ତେବେ ନିଜର ଆପତ୍ତିଜନକ ଟିପ୍ପଣୀ ପାଇଁ ବିଶାଲ କ୍ଷମା ମାଗିଥିଲେ ମଧ୍ୟ ଏହି ମାମଲା ଉପରେ ନିଜର ଏଭଳି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

The Indian Express

ସୂଚନା ମୁତାବକ, ୨୦୧୬ରେ ଜୈନ ମୁନି ତରୁଣ ସାଗରଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବାରୁ ଦୁହିଁଙ୍କୁ ପୁଲିସ ହେପାଜତକୁ ନେଇଥିଲା । ଏହା ପରେ ବିଶାଲ ଏବଂ ତହସିନ୍‌ ପୁଲିସ ଏବଂ ଏତଲା ବିରୋଧରେ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହୋଇଥିଲେ । କିନ୍ତୁ ସୁପ୍ରିମ କୋର୍ଟ ଦୁହିଁଙ୍କୁ ହାଇକୋର୍ଟ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର