୧୫ ଦିନ ଯାଏଁ ଝୋପଡ଼ ବସ୍ତିରେ ରହିଥିଲେ ବିବେକ ଓବେରୟ

ମୁମ୍ବାଇ: ବଲିଉଡ ଅଭିନେତା ବିବେକ ଓବେରୟ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି ଯେ ବିବେକ ଏକ ଫିଲ୍ମରେ କାମ କରିବା ପୂର୍ବରୁ ଝୋପଡ଼ ବସ୍ତିରେ ରହିଥିଲେ।

ବିବେକ ନିଉୟର୍କ ବିଶ୍ୱ ବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରିବା ପରେ ଯେତେବେଳେ ମୁମ୍ବାଇ ଫେରିଲେ,ସେତେବେଳେ ପିତା ସୁରେଶ ଓବେରୟ ପୁଅକୁ ହିରୋ ଭାବେ ଲଞ୍ଚ କରିବାକୁ ଠିକ୍‌ କରିଲେ। ସେ ଏଥିପାଇଁ ପ୍ରଖ୍ୟାତ ନିର୍ଦ୍ଦେଶକ ଅବ୍‌ବାସ-ମସ୍ତାନଙ୍କ ସହ କଥା ହେଲେ। ସ୍କ୍ରିପ୍ଟ ବି ପ୍ରସ୍ତୁତ ବି ହୋଇଥିଲା,ମାତ୍ର ଯେତେବେଳେ ବିବେକ ଜାଣିବାକୁ ପାଇଲେ ଯେ ପିତା ସୁରେଶ ଓବେରୟ ନିଜର ସବୁ ପୁଞ୍ଜି ଏହି ଫିଲ୍ମରେ ଖଟାଇବେ,ସେତେବେଳେ ସେ ମନା କଲେ।

photo – ndtv

ତା’ପର ଦିନ ସକାଳେ ବିବେକ ପିତାଙ୍କୁ ପ୍ରଣାମ କରି ଫିଲ୍ମ ପ୍ରଯୋଜନା ନ କରିବାକୁ ଅନୁରୋଧ କରିଲେ। ତା’ପରେ ବିବେକ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କୁ ଭେଟିଲେ। ରାମୁଜୀଙ୍କ ଠାରୁ ବିବେକ ନିଜ ଫିଲ୍ମରେ ମନୋନୀତ କରିବାକୁ ପନ୍ଦର ଦିନ ସମୟ ଦେଲେ। ସେ ୧୫ ଦିନ ଯାଏଁ ଝୋପଡ଼ ବସ୍ତିରେ ରହିଥିଲେ।ଏହାପରେ ରାମ ଗୋପାଳ ବର୍ମା ବିବେକ ଓବେରୟଙ୍କୁ ସୁପରହିଟ୍‌ ଫିଲ୍ମ ‘କଂପାନି’ରେ ବ୍ରେକ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର