ବାଲାକୋଟ ଏୟାର୍ ଷ୍ଟ୍ରାଇକ୍‌କୁ ନେଇ ୩ଟି ଭାଷାରେ ଫିଲ୍ମ ତିଆରି କରିବେ ବିବେକ ଓବରଏ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ  ଆଧାରିତ ଫିଲ୍ମରେ ମୋଦୀଙ୍କ ଭୂମିକାରେ ଆସି ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ ବଲିଉଡ୍‌ ଅଭିନେତା ବିବେକ ଓବରଏ । ତେବେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‌ ପରେ ଏବେ ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍‌କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବିବେକ । ଅଭିନେତାରୁ ସେ ନିର୍ମାତା ବନିବାକୁ ଯାଉଥିବା ବେଳେ ୩ଟି ଭାଷାରେ ଏହି ଫିଲ୍ମକୁ ନିର୍ମାଣ କରିବେ ବୋଲି ସୂଚନା ମିଳିଛି ।

Image result for vivek-oberoi
India Today

ଫିଲ୍ମର ନାଁ ‘ବାଲାକୋଟ- ଦ ଟ୍ରୁ ଷ୍ଟୋରି’ ରଖାଯାଇଥିବା ବେଳେ ଫିଲ୍ମକୁ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ନିର୍ମାଣ କରାଯିବ । ଫିଲ୍ମରେ ବାଲାକୋଟ୍‌ର କାହାଣୀ ଦେଖାଯିବା ସହ ବୀର ପାଇଲଟ୍‌ ଅଭିନନ୍ଦନଙ୍କ ସହ ପାକିସ୍ତାନରେ ୩ଦିନ ଘଟିଥିବା ଘଟଣାବଳୀକୁ ମଧ୍ୟ ଦର୍ଶକ ଦେଖି ପାରିବେ । ଆମ ସଶସ୍ତ୍ର ବଳ ବାସ୍ତବରେ କେତେ ସକ୍ଷମ ତାହା ଦେଖାଇବା ଜଣେ ଭାରତୀୟ, ଦେଶଭକ୍ତ ଓ ଫିଲ୍ମ ଜଗତର ସଦସ୍ୟ ଭାବରେ ମୋର କର୍ତ୍ତବ୍ୟ ବୋଲି କହିଛନ୍ତି ବିବେକ । ତେବେ ଫିଲ୍ମର ସୁଟିଂ ପାଇଁ ବିବେକ ଏହି ସବୁ ଘଟଣାବଳିର ମୁକସାକ୍ଷୀ ଥିବା ଯବାନମାନଙ୍କ ସାହାଯ୍ୟ ନେବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର