ରେସ୍ତୁଁରାରେ ଓ୍ଵଟ୍ରେସ ଭାବେ କାମ କରୁଥିଲେ ଏହି ନାୟିକା

ବଲିଉଡରେ ଏବେ ଦୁଇ ନାୟିକାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ଯେ ଏମାନେ ଖୁବ୍‌ ଶୀଘ୍ର ବାହା ହେବେ। ହେଲେ ଏମାନେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ କ’ଣ କରୁଥିଲେ, ତାହା ଜାଣିବାକୁ ଚାହାଁନ୍ତି କି ? । ଆସନ୍ତୁ ଜାଣିବା ସେ ସଂପର୍କରେ –
ସୋନମ୍‌ କପୁର- ଲୋକପ୍ରିୟ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ୍‌ କପୁର ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଭଂସାଲୀଙ୍କ ଫିଲ୍ମ ‘ ସାଓ୍ଵରିୟା’ ଜରିଆରେ ବଲିଉଡରେ ହିରୋଇନ୍‌ ଭାବେ ଡେବ୍ୟୁ କରିଥିଲେ । ହେଲେ ତା’ପୂର୍ବରୁ ସେ କ’ଣ କରୁଥିଲେ ଜାଣନ୍ତି । ଏହା ପୂର୍ବରୁ ସୋନମ୍‌ ସଂଜୟଙ୍କ ପୂର୍ବ ଫିଲ୍ମ ‘ବ୍ଲାକ୍‌’ ରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତା’ପୂର୍ବରୁ ସେ ଯେତେବେଳେ ସିଙ୍ଗାପୁରରେ ପାଠ ପଢୁଥିଲେ, ସେଠି ଏକ ରେସ୍ତୁଁରାରେ ଓ୍ଵଟ୍ରେସ ଭାବେ କାମ କରୁଥିଲେ। ଏଥିରୁ କିଛି ଅର୍ଥ ଉପାର୍ଜନ କରି ନିଜର ପକେଟ୍‌ ମନି ବାହାର କରୁଥିଲେ ବୋଲି ନିଜେ ସୋନମ୍‌ କପୁର କହିଛନ୍ତି ।

photo-india today

ପରିଣୀତି ଚୋପ୍ରା- ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ହିଟ୍‌ ସିନେମା ‘ ଲେଡିଜ୍‌ ଭର୍ସେସ୍‌ ଭିକି ବହଲ୍‌’ ରେ ରଣବୀର ସିଂହଙ୍କ ସହ ସେକେଣ୍ଡ ଲିଡ୍‌ ରୋଲରେ ପ୍ରଥମେ ନଜର ଆସିଥିଲେ ପରିଣୀତ ଚୋପ୍ରା । ଏହା ଅବଶ୍ୟ ଭିନ୍ନ କଥା ଯେ ଏଥିରେ ଅନୁଷ୍କା ଶର୍ମା ଥିଲେ ଫିମେଲ୍‌ ଲିଡ୍‌ରେ । ଏହି ସିନେମାରେ କାମ କରିବା ପୂର୍ବରୁ ପରିଣୀତ ୟଶରାଜ ଫିଲ୍ମସ କଂପାନିରେ ମାର୍କେଟିଂ ଇଷ୍ଟର୍ଣ୍ଣ ରୂପେ କାମ କରୁଥିଲେ । ପରେ ତାଙ୍କୁ ନିର୍ମାତା ଆଦିତ୍ୟ ଚୋପ୍ରା ଏହି ଫିଲ୍ମରେ ସହ ନାୟିକା ଭୂମିକା ଲାଗି ଅଫର ଦେଇଥିଲେ ଓ ତାହା ସେ ସ୍ୱୀକାର କରିଥିଲେ । ପରେ ପରିଣୀତ ଚୋପ୍ରା ଫିଲ୍ମ ‘ ଇଶକ୍‌ଜାଦେ’ , ‘ ଗୋଲମାଲ୍‌ -ରିଟର୍ଣ୍ଣସ’ ଭଳି ସିନେମାରେ ନାୟିକା ଭୂମିକାରେ ନଜର ଆସି ଚର୍ଚ୍ଚିତା ହୋଇଛନ୍ତି ।

ସମ୍ବନ୍ଧିତ ଖବର