ଫିଲ୍ମର ହିଟ୍‌ ହେବା ପଛରେ ଆମର ହାତ ନ ଥିବା କଥା କହିବା ସହ ରିଲିଜ୍‌ର ୨୩ବର୍ଷ ପରେ ‘ଦିଲ୍‌ଓ୍ଵାଲେ ଦୁଲ୍‌ହନିଆ..’କୁ ନେଇ ବଡ଼ ଖୁଲାସା କଲେ କାଜୋଲ 

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କାଜୋଲ ଏବେ କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ‘ହେଲିକପ୍ଟର ଇଲା’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଜରିଆରେ ସେ ପରଦାକୁ ଲମ୍ବା ସମୟ ବ୍ୟବଧାନରେ ଫେରୁଥିବା ବେଳେ  ଏହାକୁ ନେଇ ଅନେକ ଆଶା ରଖିଛନ୍ତି କାଜୋଲ । ଫିଲ୍ମଟି ଅକ୍ଟୋବର ୧୨ରେ ରିଲିଜ ହେବାକୁ ଥିବା ବେଳେ ଏବେ କଜୋଲ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ପ୍ରମୋସନ ସମୟରେ ତାଙ୍କୁ ତାଙ୍କ ସୁପରହିଟ୍‌ ଫିଲ୍ମ ‘ଦିଲ୍‌ଓ୍ଵାଲେ ଦୁହ୍ଲହନିଆ ଲେ ଜାଏଙ୍ଗେ’ର ରିମେକ୍‌ ବିଷୟରେ ପଚରାଯାଇଥିଲା। ଏହାର ଉତ୍ତର ରଖି ସେ କହିଥିଲେ, ମୋତେ ଲାଗୁନି କି ଏହି ଫିଲ୍ମର ଦ୍ୱିତୀୟ ଭାଗ ତିଆରି କରାଯାଇ ପାରିବ । କାରଣ ଯେତେବେଳେ ଆମେ ଏହାର ପ୍ରଥମ ଭାଗ କରିଥିଲୁ ସେ ସମୟରେ ଏହି ଫିଲ୍ମକୁ ଏତେ ସଫଳତା ମିଳିବ ବୋଲି ଜାଣି ନ ଥିଲୁ । ମୁଁ, ଶାହାରୁଖ୍‌ ଏବଂ କରଣ ମଧ୍ୟ ଏହି ଫିଲ୍ମ ଏତେ ବଡ଼ ହିଟ୍‌ ହେବ ବୋଲି ବିଶ୍ୱାସ କରି ନ ଥିଲୁ । ସେଥିପାଇଁ ଏହା ହିଟ୍‌ ହେବା ପରେ ଏହାର ଶ୍ରେୟ ମଧ୍ୟ ଆମେ ୩ଜଣ କେବେ ନେବା କଥା ଭାବିନାହୁଁ ।

ସମ୍ବନ୍ଧିତ ଖବର