ପ୍ରେମିକା ଆଲିଆଙ୍କ ସହ ଅଲଗା ହେବା ପରେ ଆଉ ଭେଟି ନାହାନ୍ତି ସିଦ୍ଧାର୍ଥ

ମୁମ୍ବାଇ: ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’ ଚଳଚ୍ଚିତ୍ର ସମୟରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରେମ ସଂପର୍କ ବେଶ୍‌ ଚର୍ଚ୍ଚା ପାଲଟିଥିଲା। ମାତ୍ର ତାହା ବେଶି ଦିନ ତିଷ୍ଠି ରହିପାରି ନଥିଲା। ପ୍ରେମ ହେବାର ଅଳ୍ପ ଦିନ ମଧ୍ୟରେ ବିଚ୍ଛେଦ ହୋଇଥିଲା ଏହି ପ୍ରେମୀ ଯୁଗଳଙ୍କର।

ନିକଟରେ କରଣ ଜୋହରଙ୍କ ଟକ୍‌ ସୋ’ ‘କଫି ଉଇଥ୍‌ କରଣ’ରେ ଉପସ୍ଥିତ ହୋଇଥିଲେ ସିଦ୍ଧାର୍ଥ ମଲହୋତ୍ରା। ସେଠାରେ କରଣ ତାଙ୍କୁ ଆଲିଆଙ୍କ ବିଷୟରେ ପ୍ରଶ୍ନ କରିଥିଲେ। କରଣଙ୍କ ପ୍ରଶ୍ନର ଉତ୍ତରରେ ସିଦ୍ଧାର୍ଥ କହିଛନ୍ତି ବି ଅଲଗା ହେବା ପରଠାରୁ ସେମାନେ ପରସ୍ପରଙ୍କୁ ଭେଟି ନାହାନ୍ତି।

ସିଦ୍ଧାର୍ଥ ସେ ଦୁହଁଙ୍କ ସଂପର୍କରେ ବିଷୟରେ କୁହନ୍ତି କି ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ସତ କିନ୍ତୁ ତାଙ୍କ ଭିତରେ କୌଣସି ତିକ୍ତତା ନାହିଁ। ସେ ଦୁହିଁଙ୍କ ଭିତରେ ଏକ ସାମିଜିକ ସଂପର୍କ ରହିଛି ବୋଲି ସିଦ୍ଧାର୍ଥ ଜଣାଇଛନ୍ତି।

‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’ ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧାଓ୍ଵନ ଓ ଆଲିଆ ଭଟ୍ଟ ମୁଖ୍ୟ ଚରିତ୍ରରେ ଥିବା ବେଳେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ କରଣ ଜୋହାର। ପରେ ସିଦ୍ଧାର୍ଥ ଓ ଆଲିଆ ‘କପୁର୍‌ ଆଣ୍ଡ୍‌ ସନ୍ସ’ରେ ବି ଏକତ୍ର ଦିଶିଥିଲେ।

ସମ୍ବନ୍ଧିତ ଖବର