ଆଜି ଛୋଟ ପରଦାରେ ରାଜ କରୁଥିବା ଏହି ନାୟିକା ଦିନେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିବେ ବୋଲି ଭାବିଥିଲେ, ହେଲେ ଜାଣନ୍ତୁ କିଏ ବଦଳାଇଥିଲେ ତାଙ୍କ ନିଷ୍ପତ୍ତି

ମୁମ୍ବାଇ : ଆଗରୁ କିଛି ଫିଲ୍ମ ଏବଂ ଅନେକ ଧାରାବାହିକରେ ନଜର ଆସିଥିବା ଏହି ନାୟିକା ଏବେ ଛୋଟ ପରଦାରେ ଏକ ଚର୍ଚ୍ଚିତ ଚେହେରା । ନିଜ ଅଭିନୟ ଏବଂ ପୋଷାକ ପରିଧାନ ଶୈଳୀ ପାଇଁ ସେ ସମସ୍ତଙ୍କର ପ୍ରିୟ । ଷ୍ଟାର୍‌ପ୍ଲସ ଚ୍ୟାନେଲରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ‘ୟେ ହେ ମହବତେଁ’ରେ ସେ ଜଣେ ଖଳନାୟିକା ଭୂମିକାରେ ଆସି ସମସ୍ତଙ୍କ ମନ ଜିଣିଥିବା ବେଳେ ଏବେ ଆଉ ଗୋଟେ ଧାରାବାହିକରେ ଦର୍ଶକମାନେ ତାଙ୍କୁ ଦେଖିବାକୁ ଯାଉଛନ୍ତି । କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ‘ନାଗିନ୍‌’ର ତୃତୀୟ ଭାଗରେ ନଜର ଆସିବାକୁ ଯାଉଛନ୍ତି ଅନିତା ହସ୍‌ନନ୍ଦଆନି ।

Bollywoodlife.com

ହେଲେ, ପରଦା ଉପରେ ଜଣେ ସଫଳ ଖଳନାୟିକାର ଭୂମିକାରେ ସମସ୍ତଙ୍କର ମନୋରଞ୍ଜନ କରୁଥିବା ଏହି ନାୟିକା ଦିନେ ଆତ୍ମହତ୍ୟା କରିବେ ବୋଲି ଭାବିଥିଲେ । ଧାରାବାହିକ ନ ଚାଲିବାରୁ ସେ ଏତେ ଚିନ୍ତାଗସ୍ତ ହୋଇ ଯାଇଥିଲେ ସବୁ କିଛି ଶେଷ କରିଦେବେ ବୋଲି ଭାବି ନେଇଥିଲେ । ଏବେ ‘ନାଗିନ୍‌-୩’ର ପ୍ରମୋସନ୍‌ କରିବାକୁ ଯାଇ ସେ ନିଜ ଅତୀତ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ପ୍ରମୋସନ ସମୟରେ ତାଙ୍କୁ ତାଙ୍କ ଅତୀତ ବିଷୟରେ ପଚରାଯିବା ପରେ ସେ ସଙ୍ଗେ ସଙ୍ଗେ ଭାବପ୍ରବଣ ହୋଇଯାଇଥିଲେ । ‘ଧାରାବହିକ ‘କୋଇ ଆପ୍‌ ସା’ ବିଫଳ ହେବା ପରେ ମୁଁ ପୂରା ଭାଙ୍ଗି ପଡ଼ିଥିଲି । ସମସ୍ତଙ୍କ ସହ କଥାବାର୍ତ୍ତ ହେବା ବନ୍ଦ କରି ଦେଇଥିଲି । ସେ ସମୟରେ ମୋର ସାଥ୍‌ ଦେଇଥିଲେ ମୋ ମା’ ଏବଂ ଏକ୍‌ତା କପୁର । ଏକ୍‌ତା ମୋର ସେହି ଦୁଃଖ ସମୟରେ ମୋ ସାଥ୍‌ ଦେବା ସହ ସେ ପରିସ୍ଥିତିରୁ ମୋତେ ବାହାର କରିଥିଲେ । ସବୁ ବେଳେ ଆଗକୁ ବଢ଼ିବାର ସାହାସ ଦେଉଥିଲେ ଏକ୍‌ତା । ଧିରେ ଧିରେ ମୁଁ ସେ ଦୁଃସମୟରୁ ବାହାରି ଆସିଥିଲି । ଆଉ ଏବେ ଲୋକମାନେ ମୋତେ ଏବଂ ମୋ କାମକୁ ପସନ୍ଦ କରୁଛନ୍ତି ।’

ସମ୍ବନ୍ଧିତ ଖବର