‘ଫନ୍ନେ ଖାନ୍‌’ ପାଇଁ ଐଶ୍ୱର୍ଯ୍ୟା ନୁହନ୍ତି, ବଲିଉଡ୍‌ର ଏହି ଅଭିନେତ୍ରୀ ଥିଲେ ପ୍ରଥମ ପସନ୍ଦ

ମୁମ୍ବାଇ : ଅତୁଲ ମଞ୍ଜରେକରଙ୍କ ଫିଲ୍ମ ‘ଫନ୍ନେ ଖାନ୍‌’ ଏବେ ରିଲିଜ ହୋଇ ସାରିଥିବା ବେଳେ ଫିଲ୍ମର କାହାଣୀ ଦର୍ଶକଙ୍କୁ ସେତେଟା ପସନ୍ଦ ଆସିନାହିଁ । ଏହି ଫିଲ୍ମରେ ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟାଙ୍କୁ ରକ୍‌ଷ୍ଟାର ବେବି ସିଂଙ୍କ ଚରିତ୍ରରେ ଦର୍ଶକେ ଦେଖିବାକୁ ପାଇଛନ୍ତି । କିନ୍ତୁ ଏହି ଫିଲ୍ମକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଫିଲ୍ମରେ ଥିବା ଐଶ୍ୱର୍ଯ୍ୟାଙ୍କ ଚରିତ୍ର ପାଇଁ ଐଶ୍ୱର୍ଯ୍ୟାଙ୍କୁ ନୁହେଁ ପ୍ରଥମେ ଅନ୍ୟ ବଲିଉଡ୍‌ ଅଭିନେତ୍ରୀଙ୍କୁ ଅଫର ଦିଆ ଯାଇଥିଲା ।

DNA India

ପ୍ରଥମେ ଏହି ଫିଲ୍ମ ପାଇଁ ପ୍ରିୟଙ୍କା ଚୋପ୍ରା ଏବଂ ଆର୍‌.ମାଧବନଙ୍କୁ ପ୍ରଥମେ ଅଫର ଦିଆଯାଇଥିଲା । କିନ୍ତୁ ସେମାନଙ୍କ ପାଖରେ ସମୟ ନଥିବାରୁ ଏହି ଫିଲ୍ମଟି ରାଜକୁମାର ରାଓ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ହାତକୁ ଆସି ଯାଇଥିଲା । ଏକ ସାକ୍ଷାତକାରରେ ଏହି ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି, ‘ଆମେ ଚାହୁଁଥିଲୁ ପ୍ରିୟଙ୍କା ଏହି ଫିଲ୍ମରେ ଗୀତ ଗାଇବା ସହ ଅଭିନୟ କରନ୍ତୁ । ପ୍ରିୟଙ୍କା ମଧ୍ୟ ଏହି ଚରିତ୍ର ପାଇଁ ଖୁବ୍‌ ଇଚ୍ଛୁକ ଥିଲେ । କିନ୍ତୁ ସମୟ ଅଭାବ ହେତୁ ସେ ଫିଲ୍ମଟି କରି ପାରି ନଥିଲେ।’

ସମ୍ବନ୍ଧିତ ଖବର