କୁଆଡେ ଗଲେ କମେଡି କିଙ୍ଗ୍‌ କପିଲ ? ମାସେ ହେଲାଣି ଦେଖିବାକୁ ମିଳୁନାହାନ୍ତି !

ମୁମ୍ବାଇ : ଏଇ କିଛି ଦିନ ମଧ୍ୟରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଜୀବନରେ ଏମିତି କିଛି ଘଟି ଯାଇଛି ଯାହା ବିଷୟରେ ସେ ନିଜେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ଗୋଟେ ସମୟରେ ତାଙ୍କୁ କମେଡ଼ି କିଙ୍ଗ୍‌ କୁହାଯାଉଥିବା ବେଳେ ଏବେ ତାଙ୍କୁ ପରଦା ଉପରେ ଦର୍ଶକେ ଦେଖିବା ପାଇଁ ପାଉ ନାହାନ୍ତି । କିଛି ଦିନ ହେଲାଣି ତାଙ୍କର ପତ୍ତା ମିଳୁ ନାହିଁ । କେଉଁଠି ଅଛନ୍ତି, କ’ଣ କରୁଛନ୍ତି ସେ ବିଷୟରେ କାହାକୁ ଜଣା ନାହିଁ । ଯାହାଙ୍କ ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିଲା ଏବେ ତାଙ୍କୁ ସମସ୍ତେ ଧୀରେ ଧୀରେ ଭୁଲି ଯାଉଥିବାର ଦେଖିବାକୁ ମିଳୁଛି ।

aajtak.intoday.in

କଳାକାର ସୁନୀଲ ଗ୍ରୋଭରଙ୍କ ସହ ତାଙ୍କର ଝଗଡ଼ା ହେବା ପରେ ତାଙ୍କର ବହୁଚର୍ଚ୍ଚିତ ସୋ’ କମେଡ଼ି ନାଇଟ୍‌ ଉଇଥ୍‌ କପିଲ ବନ୍ଦ ହୋଇ ଯାଇଥିଲା । ଏହା ପରେ କିଛି ଦିନର ବ୍ୟବଧାନ ପରେ ତାଙ୍କର ଆଉ ଏକ ନୂଆ ସୋ’ ‘ଫ୍ୟାମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା’ ସୋନି ଟିଭିରେ ପ୍ରସାରିତ ହୋଇଥିଲା । କିନ୍ତୁ ସୋ’ର ଟିଆର୍‌ପି ନ ବଢ଼ିବାରୁ ସୋ’ ବନ୍ଦ କରି ଦିଆଯିବ ବୋଲି କୁହାଯାଇଥିଲା । ଏହାପରେ କପିଲ ଅନେକ ଥର ନୂଆ ସୋ’ର ସୁଟିଂ ବାତିଲ କରିବା ଆରମ୍ଭ କରିଥିଲେ । ଅନେକ କଳାକାର ନିଜ ଫିଲ୍ମର ପ୍ରମୋସନ କରିବାକୁ ଆସି ଫେରି ଯାଇଥିଲେ । ଶେଷରେ ଏହି ସୋ’କୁ ବନ୍ଦ କରି ଦିଆଯାଇଥିଲା । ଏହି ସୋ’ ବନ୍ଦ ହେବାର ମାସେ ପରେ କପିଲ ପୁଣି ଏକ ନୂଆ ଅନ୍ଦାଜରେ ପରଦା ଉପରକୁ ଆସିବେ ବୋଲି ଶୁଣା ଯାଉଥିଲା । କିନ୍ତୁ ଏବେ ମାସେ ପରେ ହୋଇ ଯାଇଥିଲେ ମଧ୍ୟ କପିଲଙ୍କ ଦେଖା ମିଳିନାହିଁ । କେଉଁ ପାର୍ଟି ବା କେଉଁ ସୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନାହିଁ ।

ସମ୍ବନ୍ଧିତ ଖବର